Only for Entertainment

ଫ୍ରିଜରୁ ଦୁର୍ଗନ୍ଧ ଆସୁଥିଲେ, ଏହି ଉପାୟରେ ଦୂର କରନ୍ତୁ ଫ୍ରିଜର ଦୁର୍ଗନ୍ଧ !

25

ଫ୍ରିଜ୍‌ରେ ଜିନିଷ ରଖି ଅନେକେ ଭୁଲି ଯାଆନ୍ତି। ଯାହାଫଳରେ ଭିନ୍ନ ଭିନ୍ନ ଖାଦ୍ୟ ଓ ସାମଗ୍ରୀର ଗନ୍ଧ ମିଶିଯାଇ ଦୁର୍ଗନ୍ଧରେ ପରିଣତ ହୁଏ। ସେହିପରି ଫ୍ରିଜ୍‌ରେ କିଛି ପଚିଗଲେ ମଧ୍ୟ ଦୁର୍ଗନ୍ଧ ବାହାରିଥାଏ। ଖାଇବା ଜିନିଷ ସୁରକ୍ଷିତ ରଖିବା ଲାଗି ଆମେ ଫ୍ରିଜ୍‌ ବ୍ୟବହାର କରିଥାଉ। ଯଦି ଫ୍ରିଜ୍‌ରୁ ଦୁର୍ଗନ୍ଧ ବାହାରେ ତ ଭାବିନେବେ ଆପଣଙ୍କ ଖାଦ୍ୟ ସୁରକ୍ଷିତ ନୁହେଁ। ତେଣୁ ଏହି ଦୁର୍ଗନ୍ଧକୁ ହଟାଇବା ଲାଗି ଆପଣ କିଛି ଘରୋଇ ଉପାୟ ମଧ୍ୟ ଅବଲମ୍ବନ କରିପାରିବେ। 

ଲେମ୍ବୁ
ଆପଣ ଚାହିଲେ ଏକ ଗିନା ପାଣିରେ କିଛି ବୁନ୍ଦା ଲେମ୍ବୁ ରସ ପକାଇ ଫ୍ରିଜ୍‌ରେ ରଖିପାରିବେ। କଟା ଲେମ୍ବୁ ମଧ୍ୟ ଦୁର୍ଗନ୍ଧ ଦୂର କରିବାରେ ସହାୟକ ହେବ।

କମଳା କିମ୍ବା ପୁଦିନା ରସ
କମଳା କିମ୍ବା ପୁଦିନା ରସ ଦ୍ବାରା ଫ୍ରିଜ୍‌ର ଦୁର୍ଗନ୍ଧ ଦୂର ହେବା ସହ ବହୁତ ଭଲ ବାସ୍ନା ମଧ୍ୟ ହୋଇଥାଏ। କମଳା ଏବଂ ପୁଦିନା ରସରେ ଦୁର୍ଗନ୍ଧ ଦୂର କରିବାର କ୍ଷମତା ରହିଛି। ଯେଉଁ ପାଣିରେ ଫ୍ରିଜ୍‌ ସଫା କରୁଛନ୍ତି, ସେଥିରେ ଏହି ରସରୁ କିଛି ବୁନ୍ଦା ପକାଇ ଦିଅନ୍ତୁ। ଆପଣ ଚାହିଲେ ଏକ ଗିନାରେ ଏହି ରସ ନେଇ ସବୁବେଳ ପାଇଁ ଫ୍ରିଜ୍‌ରେ ରଖିପାରିବେ।

ଖବରକାଗଜ
ଖବରକାଗଜ ଫ୍ରିଜ୍‌ର ଦୁର୍ଗନ୍ଧକୁ ଦୂର କରିବାରେ ସାହାଯ୍ୟ କରେ। ଫ୍ରିଜ୍‌ରେ ଯେଉଁ ଜିନିଷ ରଖୁଛନ୍ତି ଖବରକାଗଜ ଗୁଡ଼ାଇ ରଖନ୍ତୁ। ଯଦି ଏପରି ନ କରୁଛନ୍ତି ଫ୍ରିଜ୍‌ରେ ପେପର ବଣ୍ଡଲ ରଖି ଦିଅନ୍ତୁ। ଦୁର୍ଗନ୍ଧ ଦୂର ହୋଇଯିବ।

କଫି ବିନ୍ସ
ଏକ ଗିନାରେ କିଛି କଫି ବିନ୍ସ ନେଇ ଫ୍ରିଜ୍‌ରେ ରଖନ୍ତୁ। ଏହାଦ୍ବାରା ଫ୍ରିଜ୍‌ରୁ କେବଳ ଦୁର୍ଗନ୍ଧ ଦୂର ହେବନି, ଫ୍ରିଜ୍‌ରେ କଫିର ବାସ୍ନା ମଧ୍ୟ ଭରିଯିବ।
ଖାଇବା ସୋଡ଼ା
ଏକ ଗିନାରେ ଖାଇବା ସୋଡ଼ା ନେଇ ଫ୍ରିଜ୍‌ରେ ରଖନ୍ତୁ। ଏହାଦ୍ବାରା ଫ୍ରିଜ୍‌ର ଦୁର୍ଗନ୍ଧ ଦୂର ହୋଇଯିବ। ଏହାକୁ ଆପଣ ସ୍ଥାୟୀ ଭାବେ ମଧ୍ୟ ବ୍ୟବହାର କରିପାରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More