Only for Entertainment

ଧନତେରାସ ବାସ୍ତୁ ଟିପ୍ସ: ସୁନା ଚାନ୍ଦି ନୁହେଁ ଏହିଥର ଘରକୁ ଆଣନ୍ତୁ ଏହି ୫ଟି ଜିନିଷ ।ବଦଳିପାରେ ଭାଗ୍ୟ ।

Hindustan
107

ଆପଣ ଧନତେରାସରେ ଲୋକଙ୍କୁ ସୁନା ଚାନ୍ଦି କିଣୁଥିବାର ଦେଖୁଥିବେ । କୁହାଯାଏ ଏହି ଦିନ ଅଳଙ୍କାର କିଣିବାର ଏକ ଖାସ ମହତ୍ୱ ରହିଥାଏ । କୁହାଯାଏ ଏହାଦ୍ୱାରା ସୁଖ,ଶାନ୍ତି,ସୌଭାଗ୍ୟ ଏବଂ ସମୃଦ୍ଧି ମିଳିଥାଏ । ବର୍ଷ ସାରା ଶୁଭ ଫଳ ମିଳିଥାଏ । ଏହିଥର ୫ ନଭେମ୍ବରକୁ ଏହା ପାଳନ କରାଯିବ । ଏହି ଥର ଆପଣ ଘରକୁ କେଉଁ ଜିନିଷ ଆଣିଲେ ଶୁଭ ହେବ ଆସନ୍ତୁ ଆଲୋଚନା କରିବା ।

ଏହି ଦିନ ଛାଡ଼ୁ କିଣନ୍ତୁ । ଏଭଳି କରିବା ଦ୍ୱାରା ଘରକୁ ମା ଲକ୍ଷ୍ମୀ ଆସନ୍ତି । ଘରୁ ଆର୍ଥିକ ସଙ୍କଟ ଦୂର ହୋଇଥାଏ । ଦୀପାବଳୀ ଦିନ ଝାଡ଼ୁ ପୂଜା କରି ତାହା ପରଦିନ ବ୍ୟବହାର କରନ୍ତୁ ।

ଏହି ଦିନ ପିତ୍ତଳ ବାସନ କିଣି ଘରର ପୂର୍ବ ଦିଗରେ ରଖନ୍ତୁ ।

ଇଲୋକ୍ଟ୍ରୋନିକ ଜିନିଷ ଯେପରି ଫ୍ରିଜ,ଓଭନ,ମୋବାଇଲ ଏବଂ ଲ୍ୟାପଟପ ଆଦି କିଣନ୍ତୁ । ଏହାକୁ ଘରର ଉତ୍ତର ପୂର୍ବ ଦିଗରେ ରଖନ୍ତୁ ।

ନିଜ କାମ ସହିତ ଜଡ଼ିତ କିଛି ଜିନିଷ ଯେପରି ପେନ ଏବଂ ବହି ଆଦି କିଣିପାରିବେ । ଏହିଦିନ କିଣାଯାଇଥିବା ଜିନିଷକୁ ପୂଜା କରିବା ଦ୍ୱାରା ଶୁଭ ଫଳ ମିଳିଥାଏ ।

 


ଧନିଆ କିଣିବା ଶୁଭ ହୋଇଥାଏ । ଏହାକୁ ମା ଲକ୍ଷ୍ମୀଙ୍କୁ ଅର୍ପଣ କରି ଟ୍ରେଜରୀରେ ରଖିଦିଅନ୍ତୁ ।

ଏହି ଦିନ ସ୍ୱସ୍ତିକର ଏକ ଚିହ୍ନ ଘର ଦ୍ୱାର ବନ୍ଧରେ କରିବା ଦ୍ୱାରା ସୌଭାଗ୍ୟ ବୃଦ୍ଧି ହୋଇଥାଏ ।

୧୧ଟି ଗୋମତି ଚକ୍ର କିଣି ତାକୁ ହଳଦିଆ କପଡ଼ାରେ ବାନ୍ଧି ଟଙ୍କା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ ।ଏହା ଦ୍ୱାରା ଶୁଭ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More