Only for Entertainment

ସ୍ବାସ୍ଥ୍ୟପାଇଁ ହିତକର ବ୍ରୋକଲି

Celiac.org
0 47

ସ୍ବାଦ ଓ ସ୍ବାସ୍ଥ୍ୟ ଉପରେ ବ୍ରୋକଲିର ରହିଛି ଅନେକ ପ୍ରଭାବ। ଏବେ ଏହା ବଜାରରେ ପ୍ରଚୁର ପରିମାଣରେ ମିଳୁଛି। ଖାଦ୍ୟରେ ସାମିଲ କଲେ ଏହା ଆମକୁ ସୁସ୍ଥ ରଖିବାରେ ସହାୟକ ହେବ। ସବୁଜ ପନିପରିବା କ୍ଷେତ୍ରରେ ବ୍ରୋକଲି ଅଗ୍ରଗନ୍ୟ। ଞ୍ଚ ବ୍ରୋକଲି କ୍ୟାନସର ଭଳି ମାରାତ୍ମକ ବ୍ୟାଧିଠାରୁ ଆମକୁ ଦୂରେଇ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। କୋବି ଜାତୀୟ ଏହି ପରିବାରେ କ୍ୟାନସର ସହ ଲଢିବାର ଗୁଣ ରହିଛି। ଏହାର ସେବନରେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ। ବ୍ରୋକଲି ବିଶେଷ କରି ସ୍ତନ କର୍କଟ ଓ ଜରାୟୁ କର୍କଟଠାରୁ ଦୂରେଇ ରଖିଥାଏ। ଞ୍ଚବ୍ରୋକଲି ସେବନ କୋଲେଷ୍ଟ୍ରଲ କମାଇବାରେ ସାହାଯ୍ୟ କରିଥାଏ। ଏହା ଫାଇବର ବା ତନ୍ତୁ ଜାତୀୟ ଖାଦ୍ୟ ହୋଇଥିବାରୁ ଶରୀରରେ ୬ ପ୍ରତିଶତ କୋଲେଷ୍ଟରଲ କମାଇବାରେ ବ୍ରୋକଲି ସାହାଯ୍ୟ କରିଥାଏ। ଞ୍ଚଆଲର୍ଜି ଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ଏକ ଉପକାରୀ ପରିବା କହିଲେ କିଛି ଭୁଲ ହେବନି। ଏଥିରେ ଓମେଗା ୩ ଫ୍ୟାଟି ଏସିଡ୍‌ ଥିବାରୁ ଏହା ଆଲର୍ଜି ରୋଗୀଙ୍କ ପାଇଁ ବେଶ ଉପକାରୀ। ବିଶେଷକରି ଆଣ୍ଠୁଗଣ୍ଠି ରୋଗ ଥିବା ବ୍ୟକ୍ତିମାନେ ବ୍ରୋକଲି ଖାଇବା ଭଲ। ଞ୍ଚବ୍ରୋକଲିରେ ଭରପୁର ରହିଛି କ୍ୟାଲସିୟମ୍‌ ଓ ଭିଟାମିନ-କେ। ଯାହା ଅଷ୍ଟିଓପୋରୋସିସ୍‌ ରୋଗୀଙ୍କ ପାଇଁ ବେଶ ଉପକାରୀ। ଆହୁରି ମଧ୍ୟ ମ୍ୟାଗ୍ନେସିୟମ, ଜିଙ୍କ୍‌ ଓ ଫସ୍‌ଫରସ୍‌ରେ ଭରପୁର ବ୍ରୋକଲି। ହାଡକୁ ସୁସ୍ଥ ରଖିବାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପିଲାଠାରୁ ବଡ ସମସ୍ତେ ଏହାକୁ ଖାଇବା ଆବଶ୍ୟକ। ଞ୍ଚହାର୍ଟ ପାଇଁ ବ୍ରୋକଲି ସେବନ ଭଲ ବୋଲି ଗବେଷଣାରୁ ଜଣା ପଡିଛି। କାରଣ ଏହା ଶରୀରରେ ଥିବା ବ୍ୟାଡ କୋଲେଷ୍ଟରଲକୁ କମାଇବା ସହ ନଷ୍ଟ ହୋଇଯାଇଥିବା ରକ୍ତବାହୀନଳୀକୁ ଠିକ୍‌ କରିଥାଏ। ଞ୍ଚବ୍ରୋକଲି କୋଷ୍ଠକାଠିନ୍ୟ ସମସ୍ୟାକୁ ଠିକ୍‌ କରିବା ସହ ଶରୀରରେ ରକ୍ତ ଶର୍କରା ପରିମାଣକୁ ମଧ୍ୟ କମ କରିଥାଏ। ଏହା ଶରୀରର ଓଜନ କମାଇବାରେ ସାହାଯ୍ୟ କରିଥାଏ। ଞ୍ଚ ହଜମ ପ୍ରକ୍ରିୟାରେ ଥିବା ବଜର୍‌ୟବସ୍ତୁ ନିର୍ଗତ କରିବାରେ ବ୍ରୋକଲି ବେଶ ସହାୟକ ହୋଇଥାଏ। ଞ୍ଚବ୍ରୋକଲି ଆଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ-ସି’ର ଷ୍ଟୋର ହାଉସ୍‌ ହୋଇଥିବାରୁ ଏହା ଚର୍ମରେ ହେଉଥିବା ସଂକ୍ରମଣକୁ ରୋକିବାରେ ସହାୟକ ହୋଇଥାଏ। ଏହାଛଡା ତ୍ୱଚାରେ ଚମକ ଆଣିଥାଏ। ଞ୍ଚବ୍ରୋକଲିରେ ବିଟାକାରୋଟିନ୍‌, ଭିଟାମିନ-ଏ, ଫସଫରସ୍‌ ଭିଟାମିନ-ବି,ସି ଓ ଇ ଭରପୁର ପରିମାଣରେ ଥିବାରୁ ଏହା ଆଖି ସମସ୍ୟାରୁ ମୁକ୍ତି ଦେଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More