Only for Entertainment

ବ୍ରୋକୋଲି ପନିର ବଲ୍ସ

youtube
0 47

ଯଦି ଆଜି କିଛି ମଜାଦାର ଖାଇବାକୁ ମନ ହେଉଛି ତେବେ ବଜାରରୁ କିଛି ଆଣିବା ପରିବର୍ତ୍ତେ ଘରେ ପ୍ରସ୍ତୁତ କରନ୍ତୁ ବ୍ରୋକୋଲି ପନିର୍ ବଲ୍ସ । ଏହା ଅତ୍ୟନ୍ତ ସହଜ ଏବଂ ସ୍ୱାଦିଷ୍ଟ ଅଟେ । ଆସନ୍ତୁ ଜାଣିବା ଏହାର ବିଦ୍ଧି ।
ଆବଶ୍ୟକୀୟ ସାମଗ୍ରୀ:
ବ୍ରୋକୋଲି – ୩୦୦ଗ୍ରାମ
ପନିର – ୫୦ଗ୍ରାମ
ପରମେସନ ପନିର – ୫୦ଗ୍ରାମ
ପିଆଜ – ୨୫ଗ୍ରାମ
ରସୁଣ ପେଷ୍ଟ – ଅଧା ଚାମଚ
ଲୁଣ ସ୍ୱାଦାନୁସାରେ
ଓଟସ୍ – ୬୦ଗ୍ରାମ
ବ୍ରେଡ କ୍ରମ୍ସ – ୩୦ଗ୍ରାମ
ଅଣ୍ଡା – ୩ଟା
ଗୋଲମରିଚ – ଅଧା ଚାମଚ
ପ୍ରସ୍ତୁତ ପ୍ରଣାଳୀ
୧. ପ୍ରଥମେ ଏଗ ପାତ୍ରରେ ସମସ୍ତ ସାମଗ୍ରୀକୁ ପକାଇ ମିଶାଇ ଗୋଳାନ୍ତୁ ।
୨. ଏଥିରୁ କିଛି ମିଶ୍ରଣକୁ ନିଜ ହାତରେ ନେଇ ଲେମ୍ବୁ ଆକାରର ଗଢନ୍ତୁ ।
୩. ଏହାକୁ ବେକିଂ ଟ୍ରେ ଉପରେ ରଖି ଏଥିରେ ତେଲ ଲଗାନ୍ତୁ ।
୪. ଏବେ ଏହାକୁ ଓଭାନରେ ୩୯୦ଂ/୨୦୦ଂ ସେଲସିୟସ ପର୍ଯ୍ୟନ୍ତ ୧୫ରୁ ୨୦ମିନିଟ ପର୍ଯ୍ୟନ୍ତ ପ୍ରସ୍ତୁତ ହେବା ଲାଗି ରଖି ଦିଅନ୍ତୁ ।
୫. ବର୍ତ୍ତମାନ ଏହା ପ୍ରସ୍ତୁତ ହୋଇ ଯାଇଛି । ଏବେ ଏହାକୁ ଗରମ ଗରମ ପରଷନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More