Only for Entertainment

ଭାଙ୍ଗିଗଲା ଦୋସ୍ତି

koimoi
0 47

ବଲିଉଡ ଦୁନିଆରେ ଦୋସ୍ତି ବଢାଇବା ଓ ଶତ୍ରୁତା କରିନେବା ଖବର ପ୍ରାୟ ସମୟ ଶୁଶିବାକୁ ମିଳେ । ଏହି ପରି ସୁପରଷ୍ଟାର ସଲମାନ ଓ ଲୋକପ୍ରିୟ ନିର୍ଦ୍ଦେଶକ କବୀର ଖାନ ମଧ୍ୟରେ ଦେଖିବାକୁ ମିଳିଛି । ଦୁହେଁ ମିଶି ‘ଏକ ଥା ଟାଇଗର’, ‘ବଜରଙ୍ଗୀ ଭାଇଜାନ’ ପରି ସୁପରହିଟ ଫିଲ୍ମରେ ନଜର ଆସିଥିଲେ । ଏବେ କିନ୍ତୁ ଦୁହିଁଙ୍କର ଦୋସ୍ତରେି ଫାଟ ସୃଷ୍ଟି ହୋଇଛି ବୋଲି ଚର୍ଚ୍ଚା ହେଉଛି । ଆଉ ପରିସ୍ଥିତି ଏପରି ଉପୁଜିଛି ଯେ ଉଭୟ ପରସ୍ପର ସହ କଥା ମଧ୍ୟ ହେଉନାହାନ୍ତି । ଏହି ଚର୍ଚ୍ଚାରେ କେତେ ସତ୍ୟତା ରହିଛି ତା’ର ଏଯାଏ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ଶୁଶିବାକୁ ମିଳୁଛି ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିବାରେ କାରଣ ହେଉଛି ଫିଲ୍ମ ‘ଟ୍ୟୁବଲାଇଟ’ ।

ସଲମାନଙ୍କ ଫିଲ୍ମ ‘ଟ୍ୟୁବଲାଇଟ’ର ଅବସ୍ଥା କିପରି ହୋଇଥିଲା ତାହା ତ ଆପଣମାନେ ଜାଣନ୍ତି । ଫିଲ୍ମର କାହାଣୀକୁ ଓ ସଲମାନଙ୍କ ଭୂମିକାକୁ ଠିକ ଭାବେ କବୀରଙ୍କ ଦ୍ୱାରା ପ୍ରତିପାଦିତ କରାଯାଇପାରିଲା ନାହିଁ ବୋଲି କୁହାଯାଏ, ଏପରି କଥାକୁ ନେଇ ସଲମାନ ଓ କବୀରରଙ୍କ ମଧ୍ୟରେ ବଚସା ହୋଇଛି ବୋଲି ଚର୍ଚ୍ଚା କରାଯାଉଛି । ଯାହାକୁ ନେଇ ଉଭୟ ପରସ୍ପରଠାରୁ ମୁହଁ ଫେରାଇ ନେଇଛନ୍ତି । କେବଳ ଏତିକି ନୁହେଁ, ଏହି ଝଗଡାକୁ ନେଇ ‘ଏକ ଥା ଟାଇଗର’ର ସିକ୍ୱେଲ ‘ଟାଇଗର ଜିନ୍ଦା ହୈ’ର ନିର୍ଦ୍ଦେଶନା ଦାୟିତ୍ୱ କବୀରଙ୍କୁ ଦିଆଯାଇ ‘ସୁଲତାନ’ ନିର୍ଦ୍ଦେଶକ ଅଲ୍ଲୀ ଆବାସ ଜାଫରଙ୍କୁ ଦିଆଯାଇଥିଲା । ଏହା ସହିତ ସଲମାନଙ୍କ ଆଗାମୀ ଫିଲ୍ମ ‘ଭାରତ’ର ନିର୍ଦ୍ଦେଶନା ଦାୟିତ୍ୱ ମଧ୍ୟ ଅଲ୍ଲୀଙ୍କୁ ଦିଆଯାଇଛି । ତେବେ ଏହି ଝଗଡା ସମ୍ପର୍କିତ ଖବରକୁ ନେଇ ସଲମାନ କିମ୍ବା କବୀରଙ୍କ ନିକଟରୁ ତ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଦେଖାଯାଉ ସେମାନେ କ’ଣ ପ୍ରତିକ୍ରିୟା ରଖୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More