Only for Entertainment

ଭାଙ୍ଗିଲା କନିକା କପୁରଙ୍କ ହୃଦୟ ।

Hindustan Times
24

ବଲିଉଡ ଗାୟିକା ନେହା କକ୍କର ଏବେ ନିଜ ଅଫେୟରକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି ତାଙ୍କ ବ୍ରେକ ଅପ । ତେବେ ଏହି ଟ୍ରେଣ୍ଡରେ ବର୍ତ୍ତମାନ ଯୋଡ଼ି ହୋଇଯାଇଛନ୍ତି ବଲିଉଡର ସୁନ୍ଦର ଗାୟିକା କନିକା କପୁର । ଖବର ଅନୁସାରେ ତାଙ୍କ ସହିତ ମଧ୍ୟ ଘଟିଛି କିଛି ସେହିଭଳି ।ବେବି ଡଲ୍‌ କଣ୍ଠଶିଳ୍ପୀ କନିକା କପୁର ନିଜ ପ୍ରେମିକ ଆଦିତ୍ୟ କିଲାଚନ୍ଦଙ୍କଠାରୁ ଅଲଗା ହୋଇ ଯାଇଥିବା ଜଣାପଡ଼ିଛି । ବିବାହ ଭାଙ୍ଗିବା ପରେ ସେ ଆଦିତ୍ୟଙ୍କ ମଧ୍ୟରେ ନିଜ ଭଲ ପାଇବା ପାଇଥିଲେ । କିନ୍ତୁ ଏବେ ଦୁହେଁ ଅଲଗା ହୋଇ ଯାଇଥିବା ଚର୍ଚ୍ଚା ହେଉଛି ।

ସୂଚନା ମୁତାବକ, ୧୯୯୭ରେ କନିକା ଜଣେ ଏନ୍‌ଆର୍‌ଆଇ ବ୍ୟବସାୟୀ ରାଜ୍‌ ଚାଣ୍ଡୋକ୍‌ଙ୍କୁ ବିବାହ କରିଥିଲେ । କିନ୍ତୁ ୨୦୧୨ରେ ରାଜ୍‌ ଏବଂ କନିକା ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ । ପରେ ନିଜର ୩ ପିଲାଙ୍କୁ ନେଇ କନିକା ଲଣ୍ଡନରେ ରହିବା ଆରମ୍ଭ କରିଥିଲେ । ପରେ ସେ ବଲିଉଡ୍‌ରେ ଏଣ୍ଟ୍ରି କରିବା ସହ ଆଦିତ୍ୟଙ୍କ ସହ ତାଙ୍କର ଦେଖା ହୋଇଥିଲା । କିଛି ଦିନ ପରେ ଦୁହେଁ ପରସ୍ପରକୁ ଡେଟ୍‌ କରିବା ଆରମ୍ଭ କରିଥିଲେ । ଏବେ ପୁଣି କନିକାଙ୍କ ହୃଦୟ ଭାଙ୍ଗିଥିବା ଜଣାପଡ଼ିଛି । କିନ୍ତୁ ବ୍ରେକ୍‌ ଅପ୍‌ର ପ୍ରକୃତ କାରଣ କ’ଣ ତାହା ସାମ୍ନାକୁ ଆସିନାହିଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More