Only for Entertainment

ଶିବ ମନ୍ଦିରରେ ନମାଜ ପଢିଲେ ମୁସଲିମ !

31

ଉତ୍ତର ପ୍ରଦେଶର ବୁଲନ୍ଦସହର ଜିଲ୍ଲାର ଜୈନପୁର ଗ୍ରାମ ନିକଟରେ ଟ୍ରାଫିକ୍‌ ଜାମ୍‌ରେ ଫସିଥିଲେ କେତେକ ମୁସଲମାନ୍‌ ସଂପ୍ରଦାୟର ଲୋକ। ସେହି ମୁସଲମାନଙ୍କର ନମାଜ ପଢିବାର ସମୟ ହୋଇସାରିଥିଲା। ଏକଥା ଜାଣିବା ପରେ କେତେକ ହିନ୍ଦୁ ସଂପ୍ରଦାୟର ଲୋକେ ସେମାନଙ୍କୁ ନମାଜ ପଢିବା ଲାଗି ନିକଟରେ ଥିବା ଶିବ ମନ୍ଦିରକୁ ନେଇ ଯାଇଥିଲେ। ସେହି ମନ୍ଦିର କବାଟ ଖୋଲି ଦେଇଥିଲେ। ସେହି ମନ୍ଦିର ପରିସରରେ ମୁସଲମାନମାନେ ନମାଜ ପାଠ କରିଥିଲେ। ନମାଜ ପରେ ସେମାନଙ୍କୁ ହିନ୍ଦୁମାନେ ଜଳପାନ କରାଇ ସେଠାରୁ ହସି ହସି ବିଦାୟ ଦେଇଥିଲେ।

ହିନ୍ଦୁ-ମୁସଲିମ୍‌ ଭାଇଚାରାର ଏକ ନୂଆ ଅଧ୍ୟାୟ ଯୋଡ଼ି ଦେଇଛି ଏହି ଘଟଣା। ଏହି ଘଟଣାକୁ ସର୍ବତ୍ର ପ୍ରଶଂସା ମିଳୁଛି। ବୁଲନ୍ଦସହରରେ ଅନ୍ତରାଷ୍ଟ୍ରୀୟ ଧାର୍ମିକ ସମ୍ମିଳନୀ ଆରମ୍ଭ ହୋଇଥିଲା। ଏଥିରେ ସାମିଲ ହେବା ଲାଗି ଦୂର ଦୂରାନ୍ତରୁ ମୁସଲମାନ୍‌ମାନେ ବିଭିନ୍ନ ଯାନବାହାନରେ ଆସୁଥିଲେ। ଏଥିପାଇଁ ରାସ୍ତା ଜାମ୍‌ ହୋଇଯାଇଥିଲା। ଜୈନପୁର ନିକଟରେ ଅସମ୍ଭବ ଭିଡ ଭିତରେ ଫସିଥିବା ମୁସଲମାନ୍‌ ସଂପ୍ରଦାୟର ଲୋକମାନଙ୍କୁ ନମାଜ ପଢିବା ଲାଗି ହିନ୍ଦୁମାନେ ଏହି ସୁବିଧା ଦେଇଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More