Only for Entertainment

‘ବୁଲେଟ ରାଜା’ ନୁହେଁ ଫିଲ୍ମର ନାଁ ‘ପାଟଣାଗଡ଼ ୨୩ ଫେବୃୟାରୀ ଓଡ଼ିଶା’ ୨୦୧୮ ।

youtube
0 82

ପାଟଣାଗଡ଼ ବୋମା ବିସ୍ଫୋରଣର ହୃଦୟ ବିଦାରକ କାହାଣୀକୁ ଆଜି ମଧ୍ୟ କେହି ଭୁଲି ପାରୁନାହାଁନ୍ତି । ଏହା କୌଣସି ଫିଲ୍ମର କାହାଣୀ ଠାରୁ କମ ନଥିଲା । ଇତିହାସରେ ପ୍ରଥମ ଥର ଘଟିଛି ଏଭଳି ଦୁର୍ଘଟଣା । ଯାହାର ଚିତ୍ର ସାମ୍ନାକୁ ଆସିଲେ ଛାତି ଥରି ଉଠୁଛି । ବିଶ୍ୱାସ ହେଉନାହିଁ ସେ ଦିନର ବାସ୍ତବ କାହାଣୀ । ଯେଉଁଥିରେ ନୀରବ ହୋଇ ଯାଇଥିଲେ ୩ଟି ନିରୀହ ଜୀବନ । ଉଜୁଡ଼ି ଯାଇଥିଲା ୩ଟି ପରିବାର । ଯାହା କେବଳ ଓଡ଼ିଶାରେ ସୀମିତ ନଥିଲା ବରଂ ଭାରତରେ ଖେଳି ଯାଇଥିଲା ଏହି ନୃଶଂସ କାହାଣୀ । କାହାଣୀ ପ୍ରେମ କିମ୍ବା ପ୍ରତାରଣାର ନୁହେଁ ବରଂ ଥିଲା ହିଂସାର ଏକ ଜ୍ୱଳନ୍ତ ପ୍ରତିଛବି ।
ଏକ ଖବର ଅନୁସାରେ ଏହି ବାସ୍ତବ କାହାଣୀ ଉପରେ ଆଧାରିତ ହେବାକୁ ଥିବା ଫିଲ୍ମ ‘ବୁଲେଟ ରାଜା’ର ନାମକୁ ପରିବର୍ତ୍ତନ କରାଯାଇ ‘ପାଟଣାଗଡ଼ ୨୩ ଫେବୃୟାରୀ ଓଡ଼ିଶା ୨୦୧୮’ ନାମ ରଖାଯାଇଛି ।

ରେଂଜ ରୟାଲ ସିନେ କ୍ଲବ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ରାଜେଶ ଟକରିଭର ଏବଂ ପ୍ରଯୋଜକ ଶ୍ରୀଧର ମାର୍ଥା ।

ସବୁଠାରୁ ବଡ଼ ଆକର୍ଷଣ ହେଉଛନ୍ତି ଅରୁଣ ବୋଥ୍ରା ଚରିତ୍ରରେ ନଜର ଆସିବାକୁ ଥିବା ଅଭିନେତା ଅତୁଲ କୁଲକର୍ଣ୍ଣୀ । ଅତୁଲ ହିନ୍ଦୀ,ତାମିଲ,ମଲୟାଲାମ,ତେଲୁଗୁ,କନ୍ନଡ଼,ମରାଠୀ ଏବଂ ଇଂରାଜୀ ଭାଷାର ଫିଲ୍ମରେ ମଧ୍ୟ ଅଭିନୟର ଯାଦୁ ଦେଖାଇଛନ୍ତି । ତେବେ ଏହି ଫିଲ୍ମରେ ତାଙ୍କ ଓଡ଼ିଆ କହିବାର ଶୈଳୀକୁ ଦର୍ଶକ ଖୁବ ପସନ୍ଦ କରିବେ । ଫିଲ୍ମ କେବଳ ଓଡ଼ିଆ ଭାଷାରେ ନୁହେଁ ବରଂ ଅନ୍ୟ କେତେକ ଭାଷାରେ ରିଲିଜ ହେବାକୁ ଯାଉଛି । ତେବେ ଫିଲ୍ମରେ ଅତୁଲଙ୍କ ବ୍ୟତୀତ ମନୋଜ ସାହୁ ଏବଂ ହର ରଥ ମୁଖ୍ୟ ଚରିତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More