Only for Entertainment

ରିଲିଜ ହେଲା ର’ର ଆଉ ଏକ ଗୀତ ‘ବୁଲ୍ଲେୟା’, ଦେଖନ୍ତୁ ଭିଡିଓ

YouTube
47

ଚର୍ଚ୍ଚାରେ ଆଗାମୀ ବଲିଉଡ୍ ଫିଲ୍ମ ରୋମିଓ ଅକବର୍ ୱାଲଟର । ସିନେମାଟି ଏକ ଥ୍ରୀଲର୍ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି । ଏହି ଫିଲ୍ମର ଆଉ ଏକ ଗୀତ ‘ବୁଲ୍ଲେୟା’ ମୁକ୍ତିଲାଭ କରିଛି । ଗୀତରେ ଫିଲ୍ମର ଲିଡ୍ ଜନ ଆବ୍ରାମ ଓ ମୌନି ରୟଙ୍କୁ ଦେଖିବାକୁ ମିଳିଛି । ଏକ ପାର୍ଟି ଥିମକୁ ନେଇ ଗୀତଟି ପ୍ରସ୍ତୁତ କରାଯାଇଛି ।

ସିନେମାଟି ୧୯୭୦ ମସିହାର ଏକ କାହାଣୀକୁ ନେଇ ଗତିଶୀଳ ହୋଇଥିବାରୁ ସେହି ସମୟର ପିକଚରାଇଜେସନ୍ ଦେଖିବାକୁ ମିଳିଛି ଏହି ଗୀତରେ । ଏହି ଦମଦାର୍ ଗୀତରେ କଣ୍ଠଦାନ କରିଛନ୍ତି ରବି ସେରଗିଲ୍ ଓ ସାହିଦ୍ ମାଲ୍ଲା । ଏଥିରେ ସଙ୍ଗୀତର ଭାର ତୁଲାଇଛନ୍ତି ସୋହେଲ୍ ସେନ୍ । ଫିଲ୍ମରେ ଭାରତୀୟ ସେନାର ସିକ୍ରେଟ୍ ଏଜେନ୍ସି ର’ ର ଏଜେଂଟ୍ ଭାବେ ନଜର ଆସିବେ ଅଭିନେତା ଜନ୍ । ୧୯୭୧ ମସିହାର ଇଣ୍ଡୋ-ପାକିସ୍ତାନ ଯୁଦ୍ଧ ପୃଷ୍ଠଭୂମି ଉପରେ ପର୍ଯ୍ୟବେସିତ ହୋଇଛି ଏହି ସିନେମାଟି । ‘ରୋମିଓ ଅକବର୍ ୱାଲଟର୍’ ବା ର’ ର କାହାଣୀ ଓ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ରୋବି ଗ୍ରିୱାଲ୍ । ଆଉ ପ୍ରଯୋଜନା କରିଛନ୍ତି ଭାଇକମ୍ ପିକଚର୍ସ ଏଇଟିନ୍ । ଏପ୍ରିଲ୍ ୫ରେ ପରଦାକୁ ଆସିବ ଚଳଚ୍ଚିତ୍ର ‘ରୋମିଓ ଅକବର୍ ୱାଲଟର୍’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More