Only for Entertainment

ଘରେ ଜାଳନ୍ତୁ ଗୋଟିଏ ତେଜପତ୍ର, ମିଳିବ ଏହି ଫାଇଦା

Diet of Life
0 77

ଆପଣ ହୁଏତ ରୋଷେଇ କିମ୍ବା ଚା’ କରିବା ସମୟରେ ତେଜପତ୍ର ବ୍ୟବହାର କରିଥିବେ କିମ୍ବା କିଏ ବ୍ୟବହାର କରୁଥିବାର ଦେଖିଥିବେ। ମାତ୍ର କେହି କେବେ ତେଜପତ୍ରକୁ ଘରେ ଜାଳିଥିବାର ଆପଣ ଦେଖିଛନ୍ତି କି? ଯଦି ଦେଖିଛନ୍ତି ତେବେ ଆପଣ ତାହାକୁ ଅନୁକରଣ କରିବା ଆରମ୍ଭ କରିଦିଅନ୍ତୁ। ତେଜପତ୍ରଟିଏ ଘରେ ଜଳାଇଲେ କି କି ଲାଭ ହୋଇଥାଏ ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ। ପରବର୍ତ୍ତୀ ମୁହୂର୍ତ୍ତରେ ଆପଣ ତେଜପତ୍ରକୁ ଯେଉଁ ଭଳି ବ୍ୟବହାର କରନ୍ତୁ ପଛେ ମାତ୍ର ସେଥିରୁ ଗୋଟାଏ ଘରେ ଜାଳିବା ପାଇଁ ଆଦୌ ଭୁଲିବେ ନାହିଁ।

ତେଜପତ୍ରକୁ ଘରେ ଜାଳିବା ଦ୍ୱାରା ଘରୁ ଦୁର୍ଗନ୍ଧ ଦୂର ହୋଇଥାଏ। କେବଳ ଦୁର୍ଗନ୍ଧ ଦୂର କାହିଁକି ଏହା ଦ୍ୱାରା ଆହୁରି ଗୁଡ଼ାଏ ଲାଭ ହୋଇଥାଏ। ସ୍ୱାସ୍ଥ୍ୟ ପାଇଁ ଏହା ଖୁବ୍‌ ଭଲ। ଅରୋମା ଥେରାପି ପରାମର୍ଶ ଦିଏ ଯେ ଏହି ତେଜପତ୍ର ଉଭୟ ମନ ଓ ଶରୀରକୁ ପ୍ରଭାବିତ କରିଥାଏ। ଆପଣ ହୁଏତ ଅନୁମାନ କରିଥିବେ ଅଧିକାଂଶ ଯୋଗ ସ୍କୁଲ୍‌, ହୋଟେଲ୍‌ କିମ୍ବା ଧ୍ୟାନ ସ୍କୁଲ୍‌ ଆଦିରେ ତେଜପତ୍ରର ବାସ୍ନା ଆସୁଥାଏ। ଏହି ବାସ୍ନା ଉଭୟ ଶରୀର ଓ ମସ୍ତିଷ୍କ ପାଇଁ ଜରୁରୀ ହୋଇଥାଏ।

images

ଏଥିରୁ ଗୋଟାକରେ ନିଆଁ ଲଗାଇ ଘରେ ବୁଲାଇବା ଦ୍ୱାରା ମାନସିକ ଚାପ ଦୂର ହୋଇଥାଏ। ଘର ପରିବେଶ ଖୁସିବାସିଆ ହୋଇଥାଏ। ତାହା କେବଳ କକ୍ଷରୁ ସୁଦ୍ଧ କରେ ନାହିଁ ବରଂ ତେଜପତ୍ରର ଧୂଆଁ ଯେତେ ବାଟ ପର୍ୟ୍ୟନ୍ତ ଯାଏ ସେତେବାଟ ପର୍ୟ୍ୟନ୍ତ ପରିବେଶ ନିର୍ମଳ ହୋଇଥାଏ। ଏହି ପତ୍ର ଜାଳିବା ଦ୍ୱାରା ଘରେ ଥିବା ଜିବାଣୁ ଓ କୀଟାଣୁ ନଷ୍ଟ ହୋଇଯାଇଥାନ୍ତି। ଏହି ପତ୍ରର ବାସ୍ନା ସ୍ନାୟୁକୁ ପ୍ରଭାବିତ କରୁଥିବାରୁ ଏହା ମାନସିକ ଭାବେ ବ୍ୟକ୍ତିକୁ ସବଳ କରାଏ। ମନ ଫୂର୍ତ୍ତ କରାଏ। କାର୍ୟ୍ୟ କରିବା ପାଇଁ ଶକ୍ତି ଯୋଗାଏ। ମୋଟାମୋଟୀ କହିବାକୁ ଗଲେ ଘରେ ଗୋଟାଏ ଜେତପତ୍ର ଜଳାଇଲେ ଆଦୌ ମାନ୍ଦା ଲାଗିବ ନାହିଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More