Only for Entertainment

ରାନ୍ଧିବା ସମୟରେ ଭାତ ଜଳି ପୋଡ଼ା ଗନ୍ଧ ହେଉଥିଲେ କ’ଣ କରିବା ଉଚିତ ।

Bon Appetit
23

ସାର ବିଶ୍ୱରେ ମିଲିଅନ ମିଲିଅନ ଲୋକଙ୍କର ମୁଖ୍ୟ ଖାଦ୍ୟ ଭାତ । ଅଧିକାଂଶ ଡିସରେ ଧଳା ଭାତ ବ୍ୟବହାର କରାଯାଏ । ପଲଉ ଏବଂ ବିରିୟାନୀ ପାଇଁ ସମସ୍ତେ ଧଳା ଭାତ ବ୍ୟବହାର କରନ୍ତି । ଭାରତୀୟ ମାନେ ଚାଉଳରେ ଖିରୀ ପ୍ରସ୍ତୁତ କରିବାକୁ ପସନ୍ଦ କରନ୍ତି । ଏହା ବ୍ୟତୀତ ଚାଉଳରେ ବିଭିନ୍ନ ପ୍ରକାରର ଡିସ ପ୍ରସ୍ତୁତ ହୋଇଥାଏ । କିନ୍ତୁ ବେଳେ ବେଳେ ଭାତ ରାନ୍ଧିବା ସମୟରେ ସାମାନ୍ୟ ଅସାବଧାନତା ହେତୁ ତାହା ପୋଡ଼ି ଯାଏ । ଯେଉଁ କାରଣରୁ ସେହି ଭାତକୁ ଖାଇବା ସମ୍ଭବ ହୋଇନଥାଏ । ଯାହାର ମୁଖ୍ୟ କାରଣ ହେଉଛି ଏଥିରୁ ପୋଡ଼ା ଗନ୍ଧ ଆସିଥାଏ । ତେବେ ଭାତ ରୋଷେଇ କରିବା ସମୟରେ ଜଳି କାହିଁକି ଡିସରେ ଲାଗିଯାଏ ।

୧. ପରିମାଣ ଅନୁଯାୟୀ ଚାଉଳରେ ପାଣି ଦେଇନଥିଲେ ଭାତ ଡିସରେ ଲାଗିଯାଏ ।
୨. ଭାତକୁ ଅଧିକ ସମୟ ଚୁଲାରେ ବସାଇ ଦେଇ ଚାଲିଗଲେ ଭାତ ଜଳିଯାଏ ।

ଯଦି ଭାତ ଜଳିଯାଏ । ଏହାକୁ ନେଇ ଏକ ଟିପ୍ସ ଦେଇଛନ୍ତି ମୁମ୍ବାଇର ସେଫ ଅନନଅ୍ୟା ବାନାର୍ଜୀ । ଖାସ କଥା ହେଉଛି ତଳ ଭାତ ଜଳିଥିଲେ ମଧ୍ୟ ସମସ୍ତ ଭାତରୁ ପୋଡ଼ା ଗନ୍ଧ ଆସିଥାଏ, ଯେଉଁ କାରଣରୁ ତାହାକୁ ଖାଇ ହୁଏ ନାହିଁ । ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ପ୍ରଥମେ ପୋଡ଼ି ନଥିବା ଭାତକୁ ଏକ ପାତ୍ରରେ ବାହାର କରି ଦିଅନ୍ତୁ ଏବଂ କିଛି ପାଉଁରୁଟିକୁ ଖଣ୍ଡ ଖଣ୍ଡ କରି ସେହି ଭାତ ଉପରେ ରଖି ଦିଅନ୍ତୁ । ୧୦ ମିନିଟ ପରେ ସେହି ପାଉଁରୁଟିକୁ ବାହାର କରିଦିଅନ୍ତୁ । ଏହା ଦ୍ୱାରା ପୋଡ଼ା ଗନ୍ଧ ଚାଲିଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More