Only for Entertainment

ଚଳନ୍ତା ସ୍କୁଲ ବସରେ ଡ୍ରାଇଭରଙ୍କ ମୃତ୍ୟୁ,୩ଟି ପିଲା ଏହିଭଳି ବଂଚାଇଲେ ସମସ୍ତଙ୍କ ଜୀବନ ।

punjab kesari
0 37

ଆମେରିକାର ଏକ ସ୍କୁଲ ବସରେ ଏଭଳି ଏକ ଦୁର୍ଘଟଣା ଘଟିଲା ଯାହାକୁ ଶୁଣିବା ପରେ ସମସ୍ତଙ୍କ ହୋଶ ଉଡ଼ିଯାଉଛି । ଟେକ୍ସାସ ରାଜ୍ୟରେ ଚଳନ୍ତା ସ୍କୁଲ ବସରେ ଅଚାନକ ଡ୍ରାଇଭର ଜଣକ ବେହୋଶ ହୋଇଗଲେ । ଏହାପରେ ବସ ମଧ୍ୟରେ କୋଳାହଳ ସୃଷ୍ଟି ହୋଇଗଲା । କିନ୍ତୁ ୩ ଜଣ ଛାତ୍ରଙ୍କ ଚଚ୍ଛୁରତା ହେତୁ ମସସ୍ତଙ୍କ ଜୀବନ ବଂଚିଗଲା । ସୋସିଆଲ ମିଡିଆରେ ଏହାକୁ ସେୟାର କରି ସେହି ପିଲାଙ୍କର ଖୁବ ପ୍ରଶଂସା କରାଯାଉଛି ।

ଖବର ଅନୁସାରେ ବସ ମଧ୍ୟରେ ଥିବା ପିଲାଙ୍କ ମଧ୍ୟରୁ ୩ ଜଣ ପିଲା ଗାଡ଼ିକୁ ନିୟନ୍ତ୍ରଣ କଲେ ଏବଂ ଗାଡ଼ି ଅଟଳିଲା । ବସ ଅଟକିବା ପରେ ଯେତେବେଳେ ପିଲାମାନେ ବସ ଡ୍ରାଇଭରଙ୍କୁ ସମ୍ଭାଳିଲେ ସେହି ସମୟରେ ବସ ଡ୍ରାଇଭରଙ୍କ ମୃତ୍ୟୁ ହୋଇ ଯାଇଥିଲା । ପ୍ରଶାସନର କହିବା ଅନୁସାରେ ବସ ଚାଳକ ଗ୍ରେରାଲ୍ଡ ଗ୍ରାଇନର ଜୁନିଅର ହାଇ ସ୍କଲର ଛାତ୍ରମାନଙ୍କୁ ବସ ମଧ୍ୟରେ ରେ ବସାଇ ପରିସର ବାହାରକୁ ନେଇ ଯାଉଥିଲେ ଏବଂ ସେହି ସମୟରେ ସେ ବେହୋଶ ହୋଇଗଲେ ।
ପରିସ୍ଥିତି ଗମ୍ଭୀର ଦେଖି ୩ଟି ପିଲା ଗାଡ଼ିକୁ ନିୟନ୍ତ୍ରଣ କରି ପାର୍କ କଲେ । ଠିକ ସମୟରେ ୩ ଜଣ ବ୍ୟକ୍ତି ସେଠାରେ ପହଂଚିଲେ ଏବଂ ଡ୍ରାଇଭରଙ୍କୁ ବାହାରକୁ ଆଣିଲେ । ଯାହାପରେ ତାଙ୍କୁ ମୃତ ଘୋଷଣା କରାଗଲା,ତେବେ ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More