Only for Entertainment

ବିଏମଡବ୍ଲ୍ୟୁ କିଣିବା ପାଇଁ ବସ ଡ୍ରାଇଭର ଟ୍ରକରେ କଏନ ନେଇ ପହଂଚିଲେ ।

66

ଲଗଜରୀ କାର କିଣିବାର ସ୍ୱପ୍ନ ତ ଅଧିକାଂଶ ଲୋକଙ୍କର ରହିଥାଏ । ଏହି ସ୍ୱପ୍ନକୁ ପୂରା କରିବା ପାଇଁ ଲୋକ କିଛି ମଧ୍ୟ କରିବାକୁ ପଛାନ୍ତି ନାହିଁ । ଏହିଭଳି ହୋଇଛି ଚୀନରେ ରହୁଥିବା ଏକ ଲୋକ ସହିତ । ଏହି ଲୋକ ଯେମିତି ବିଏମଡବ୍ଲ୍ୟୁକୁ ଦେଖିଲା ତାକୁ କିଣିବା ପାଇଁ ମନ ବଳାଇଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛିଯେ ଯେତେବେଳେ ଲୋକଟି କାର କିଣିବା ପାଇଁ ଟ୍ରକ ନେଇ ପହଂଚିଲା ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

ବାସ୍ତବରେ ଲୋକ ଜଣକ ନିଜ ସ୍ୱପ୍ନର କାର କିଣିବା ପାଇଁ ଟ୍ରକରେ କଏନ ନେଇ ପହଂଚିଲା । ପ୍ରଥମେ ଏହି ଷଳାକ ୪ ଦିନ ପୂର୍ବରୁ ନିଜ ସାଙ୍ଗଙ୍କ ସହାୟତାରେ କଏନ ଗୁଡ଼ିକୁ ଗଣି ରଖିଲେ । ପ୍ରଥମେ ତ ମ୍ୟାନେଜର ବିଶ୍ୱାସ ପରିପାରିଲେ ନାହିଁ ଯେ ବ୍ୟକ୍ତି ଜଣକ କାର କିଣିବା ପାଇଁ କଏନ ନେଇ ଆସିଛନ୍ତି । ଏହାପରେ ସେ କଏନ ଦେଖିବା ପରେ ବ୍ୟାଙ୍କକୁ ଫୋନ କରି ୧୧ ଜଣ କର୍ମଚାରୀଙ୍କୁ ଡକାଇ କଏନ ଗଣାଇଲେ । ୧୦ ଘଂଟା ପରେ ୯୦୦ କିଲୋର ଏହି କଏନ ଗଣା କାର୍ଯ୍ୟ ଶେଷ ହେଲା ।

ବ୍ୟକ୍ତି ଜଣକ କାର କିଣିବା ପାଇଁ କଏନ ଜମା କରିବାକୁ ଲାଗିଷଳ,କିନ୍ତୁ କେତେବେଳେ ସେ ୫୦ ଲକ୍ଷରୁ ଅଧିକ ଜମା କରିନେଲେ ସେ ନିଜେ ମଧ୍ୟ ଜାଣିପାରିଲେ ନାହିଁ । ତେବେ କଏନ ଗଣା ସରିବା ପରେ ଶୋ ରୁମରେ ତାଳିମାଡ଼ ହେବାକୁ ଲାଗିଲା ଏବଂ ମ୍ୟାନେଜର ବ୍ୟକ୍ତି ଜଣଙ୍କୁ ଚାବି ହସ୍ତାନ୍ତର କରିଦେଲେ । ବ୍ୟକ୍ତି ଜଣକ ଚୀନର ଟାଙ୍ଗରିନ ସହରରେ ରୁହନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More