Only for Entertainment

ବଜାରରେ ମିଳୁଥିବା ବଟର ବା ଲହୁଣୀଠାରୁ ଦୂରେଇ ରୁହନ୍ତୁ ! ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହୋଇପାରେ ବିପଦ

Jackie Leonard
0 37

ସାଧାରଣତଃ ଅଧିକାଂଶ ସମୟରେ ଆପଣ ଆପଣଙ୍କ ଖାଦ୍ୟରେ ବ୍ରେଡ୍ ସହିତ ବଟର ବା ଲହୁଣୀ ଖାଉଥିବେ । ନଚେତ୍ ଅନ୍ୟ ତରିକାରେ ମଧ୍ୟ ବଟର ବା ଲହୁଣୀକୁ ବ୍ୟବହାର କରୁଥିବେ ନିଶ୍ଚୟ । କିନ୍ତୁ ଏହାକୁ ଯେ ଖାଲି ବ୍ୟବହାର କରିଦେଲେ ହେବ ନାହିଁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ତାହା ମଧ୍ୟ ଜାଣିବା ଉଚିତ । ତେବେ ଯେତେବେଳେ ଏହାକୁ କିଣୁଛନ୍ତି ଆପଣଙ୍କର ଏହା ଜାଣିବା ନିହାତି ଜରୁରୀ ସେଥିରେ ଲୁଣର ମାତ୍ରା ଅଛି କି ନାହିଁ ।

ବିଶେଷଜ୍ଞଙ୍କ ମତରେ ସଲ୍ଟେଡ ବଟର ବା ଲୁଣମିଶ୍ରିତ ଲହୁଣୀରେ ସାଧାରଣତଃ ଲୁଣର ମାତ୍ରା ଅଧିକ ଥାଏ । ଏହା ଦ୍ୱାରା ଶରୀରରେ ସୋଡିୟମର ମାତ୍ରା ବୃଦ୍ଧି ପାଇବାର ବିପଦ ମଧ୍ୟ ବଢିଥାଏ । ଏଥିପାଇଁ ଯଦି ଆପଣ ଅନସଲ୍ଟେଡ୍ ବଟର ବା ବିନା ଲୁଣବାଲା ଲହୁଣୀ ବ୍ୟବହାର କରନ୍ତି ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ବିନା ଲୁଣ ବାଲା ଲହୁଣୀ ସେବନ ଦ୍ୱାରା ଶରୀରକୁ କିଭଳି ଫାଇଦା ମିଳିଥାଏ ।

ରୋଷେଇରେ ସାଧାରଣତଃ ଘର ତିଆରି ବଟର ବା ଲହୁଣୀ ବ୍ୟବହାର କଲେ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ । କାରଣ ବଟର ବା ଲହୁଣୀରେ ଅଧିକ ପରିମାଣରେ ଆଂଟି-ଆକ୍ସିଡେଟ୍ ରହିଥିବା ସହ କେରୋଟିନ୍ ଓ ଭିଟାମିନ-ଏ ମଧ୍ୟ ପ୍ରଚୁର ପରିମାଣରେ ମିଶିକରି ରହିଥାଏ । ଯାହା ବିଭିନ୍ନ ରୋଗବ୍ୟାଧିରୁ ଶରୀରକୁ ସବୁବେଳେ ଦୂରେଇ ରଖେ ।

ସେହିଭଳି ସଲ୍ଟେଡ୍ ବଟର ବା ଲୁଣ ଥିବା ଲହୁଣୀରେ ସାଧାରଣତଃ ଲୁଣ ଏଥିପାଇଁ ମିଶିଥାଏ ଯେଉଁଥି ପାଇଁ କି ଏହା ବେଶି ସମୟ ଯାଏଁ ସତେଜ ରହିପାରିବ । ମାତ୍ର ଏହାକୁ ଅଧିକ ମାତ୍ରାରେ ବ୍ୟବହାର କରିବା ଦ୍ୱାରା ଶରୀରର ପୋଷଣ, ସୋଡିୟମ ସ୍ତର ଓ କୋଲେଷ୍ଟ୍ରଲ ଆଦି ବୃଦ୍ଧି ପାଇବାର ସମସ୍ୟା ମଧ୍ୟ ଦେଖାଯାଇଥାଏ । ଆଉ ଏଥିସହ ମୋଟାପଣ ମଧ୍ୟ ବଢାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More