Only for Entertainment

ଭାରତୀୟ ପରମ୍ପରାରେ ଆଜି ନିର୍ବନ୍ଧ କରିପାରନ୍ତି ଦେଶୀ ଗର୍ଲ ପ୍ରିୟଙ୍କା ଏବଂ ନିକ ।

you tube
0 34

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନସଙ୍କୁ ନେଇ ଏବେ ପୁଣିଥରେ ଚର୍ଚ୍ଚା ଜୋର ଧରିଛି । ପୁରା ଦୁନିଆର ନଜର ଏବେ ଏହି ପ୍ରେମୀ ଯୁଗଳଙ୍କ ଉପରେ । ଦୁହିଁଙ୍କର ରିଲେସନଲିପ ବ୍ୟତିତ ଏବେ ନିର୍ବନ୍ଧ ଏବଂ ବିବାହକୁ ନେଇ ଖୁବ ଚର୍ଚ୍ଚା ହେଉଛି । ଗୁରୁବାର ନିକ ନିଜ ପିତା ମାତାଙ୍କ ସହିତ ଭାରତ ଆସିଛନ୍ତି । ପ୍ରିୟଙ୍କା ମଧ୍ୟ ସେମାନଙ୍କର ସ୍ୱାଗତ ପାଇଁ ଖୁବ ପ୍ରସ୍ତୁତି କରିଥିଲେ । ଖବର ଅନୁସାରେ ପ୍ରିୟଙ୍କା ବଲିଉଡର କିଛି ଘନିଷ୍ଠ ବ୍ୟକ୍ତିଙ୍କୁ ୧୮ ଅଗଷ୍ଟରେ ସମୟ ବାହାର କରିବା ପାଇଁ କହିଥିଲେ । ତେବେ କୁହାଯାଉଛି ଯେ ପ୍ରିୟଙ୍କା ଏବଂ ନିକ ୧୮ ଅଗଷ୍ଟରେ ଅଧିକାରିକ ଭାବେ ନିର୍ବନ୍ଧ କରିଥିବା ଘୋଷଣା କରିପାରନ୍ତି ।

ଅନ୍ୟ ଏକ ସୂତ୍ର ଅନୁସାରେ ପ୍ରିୟଙ୍କା ଶନିବାର ଏକ ବଡ ପାର୍ଟିର ଆୟୋଜନ କରି ନିର୍ବନ୍ଧ ବିଷୟରେ ଘୋଷଣା କରିପାରନ୍ତି । ରିପୋର୍ଟ ଅନୁସାରେ ଶନିବାର ଏହି ଯୋଡି ଭାରତୀୟ ପରମ୍ପରାରେ ନିର୍ବନ୍ଧ କରିପାରନ୍ତି । ଏହା ମଧ୍ୟ ଖବର ରହିଛି କି ଏହି ଉତ୍ସବରେ ଯୋଗ ଦେବା ପାଇଁ ନିକ ତାଙ୍କ ପରିବାର ସହିତ ଭାରତ ଆସିଛନ୍ତି ।

କହିରଖୁଛୁ ଯେ କିଛି ମିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କା ଏବଂ ନିକ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି । ଦୁଇ ପରିବାର ପରସ୍ପରକୁ ଭଲ ଭାବେ ଜାଣିବା ପାଇଁ ନିକଙ୍କ ପରିବାର ଭାରତ ଆସିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଦୁହେଁ ନିର୍ବନ୍ଧ ବିଷୟରେ କିଛି ଘୋଷଣା କରୁଛନ୍ତି କି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More