Only for Entertainment

ରିଲିଜ ହେଲା ଫିଲ୍ମ ‘ବାଏପାସ ରୋଡ’ର ଦ୍ୱିତୀୟ ଗୀତ ‘ତନହା ମେରା ପ୍ୟାର’, ପରସ୍ପରର ନିକଟତର ହେଉଥିବା ନଜର ଆସିଲେ ନୀଲ-ଅଦା

you tube
23

ବଲିଉଡ ଅଭିନେତା ନୀଲ ନିତିନ ମୁକେଶଙ୍କ ଆଗାମୀ ଫିଲ୍ମ ‘ବାଏବାସ ରୋଡ’ର ଦ୍ୱିତୀୟ ଗୀତ ‘ତନହା ମେରା ପ୍ୟାର’ କିଛି ସମୟ ପୂର୍ବରୁ ରିଲିଜ ହୋଇଛି । ଏହି ଗୀତରେ ଅଭିନେତ୍ରୀ ଅଦା ଶର୍ମା ଓ ନୀଲ ନିତିନ ମୁକେଶ ପରସ୍ପରର ନିକଟତର ହେଉଥିବା ଦେଖିବାକୁ ମିଳିଛି । ଗୀତରେ ପ୍ରେମର ଝଲକ ସହିତ ଇମୋସନ ମଧ୍ୟ ଦେଖିବାକୁ ମିଳିଛି ।

ଗୀତ ‘ତନହା ମେରା ପ୍ୟାର’ ଗୀତରେ ମୋହିତ ଚୌହାନଙ୍କ ଭଏସ ଶୁଣିବାକୁ ମିଳିଛି । ରିଲିଜ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଗୀତକୁ ୨ ଲକ୍ଷ ୨୮ ହଜାରରୁ ଅଧିକ ଭ୍ୟୁଜ ମିଳିସାରିଛି । ଏହା ପୂର୍ବରୁ ଫିଲ୍ମର ପ୍ରଥମ ଗୀତ ସୋ ଗୟା ଏ ଜହାଁ ରିଲିଜ ହୋଇଥିଲା ଏହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି ।

ଫିଲ୍ମ ବିଷୟରେ କହିବାକୁ ଗଲେ ଏହାର କାହାଣୀ ଏକ ମର୍ଡର ମିଷ୍ଟ୍ରି ଉପରେ ଆଧାରିତ । ଫିଲ୍ମର କାହାଣୀ ଖୋଦ ନୀଲ ନିତିନ ମୁକେଶ ଲେଖିଛନ୍ତି । ଫିଲ୍ମରେ ନୀଲ ନିତିନ ଏବଂ ଅଆଦା ଶର୍ମାଙ୍କ ବ୍ୟତିତ ଶର୍ମା ସିକନ୍ଦର, ଗୁଲ ପନାଗ, ରଜିତ କପୁର, ମନିଷ ଚୌଧୁରୀ ଏବଂ ତାହିର ସବିରଙ୍କୁ ଦେଖିବାକୁ ମିଳିବ । ନମନ ନିତିନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ୧ ନଭେମ୍ବରରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More