Only for Entertainment

ଅଜବ ଏ ଦୁନିଆ, ଯେଉଁଠି ମେୟର ହେଉଛି ଏକ କୁକୁର ଏବଂ ବୁଲୁଛି ବୁଲେଟ ପ୍ରୁଫ ଗାଡିରେ !

MSN
0 41

କିଛି ଲୋକ ନିଜ ଘରେ ବିଲେଇ ବା କୁକୁରକୁ ପାଳିଥାନ୍ତି । ନିଜ ନିଜ ସଉକ ଅନୁସାରେ ସେମାନେ ଘରେ ପାଳିତ ପଶୁମାନଙ୍କୁ ରଖିଥାନ୍ତି । କିନ୍ତୁ ପାଳିତ ପଶୁକୁ ଲୋକମାନଙ୍କ ଦୁଃଖ ସୁଖ ବୁଝିବା ଦାୟିତ୍ୱ ଦେବା କଥା କେହି ବୋଧ ହୁଏ ଭାବି ପାରିବେ ନାହିଁ । କିନ୍ତୁ ଏଭଳି ଅଜବ କଥାକୁ ସମ୍ଭବ କରି ଦେଖାଇଛନ୍ତି କାଲିଫର୍ଣ୍ଣିଆରେ ଥିବା ଜଣେ ସହରବାସୀ । ଏକ କୁକୁରକୁ ମେୟର ବନାଇ ଏହି ପଦ ପାଇଁ ମଣିଷ ଅପେକ୍ଷା କୁକୁର ଅଧିକ ଉପଯୁକ୍ତ ବୋଲି ଭାବି ସେମାନେ ଏହି ନିଷ୍ପତ୍ତିି ନେଇଥିବା କହିଛନ୍ତି ।

ସୂଚନା ମୁତାବକ,କାଲିଫର୍ଣ୍ଣିଆର ଇଡ଼୍‍ଲେଓ୍ଵାଇଲ୍‌ଡ଼୍‍ରେ ଲୋକମାନେ ମେକ୍ସିମ୍‌ସ ମୁଲର ନାମକ କୁକୁରକୁୁ ମେୟର ଭାବେ ବାଛିଥିଲେ । ୫ ବର୍ଷ ହେଲାଣି ମୁଲର ମେୟରର ଦାୟିତ୍ୱ ଠିକ୍‌ ଭାବରେ ବହନ କରୁଥିବା ଜଣାପଡ଼ିଛି । ୨୦୧୨ରେ ନିର୍ବାଚନ ହୋଇଥିବା ବେଳେ ୧୪ଟି କୁକୁର ଏବଂ ୨ଟି ବିଲେଇକୁ ନେଇ ନିର୍ବାଚନ କରାଯାଇଥିଲା । ଯାହା ପରେ ମୁଲରକୁ ମେୟର ଭାବେ ନିର୍ବାଚିତ କରାଯାଇଥିଲା । ମେୟର ହେବା ପରେ ମୁଲରର ନାମ ମ୍ୟାକ୍ସ ରଖାଯାଇଥିଲା । ଏହା ପରେ ମେୟର ମ୍ୟାକ୍ସ ନାମକ ଏକ ଫେସ୍‌ବୁକ୍‌ ଆକାଉଣ୍ଟ ମଧ୍ୟ ରହିଛି । ଯେଉଁଥିରେ ମ୍ୟାକ୍ସର ଫଟୋ ସେୟାର କରାଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More