Only for Entertainment

ମାତ୍ର ୫ଟଙ୍କାର ଏହି ଛୋଟ ଜିନିଷରେ ଦୂର କରନ୍ତୁ ବାସ୍ତୁଦୋଷ, ପିତୃଦୋଷ ଏବଂ ନଜରଦୋଷ ।

NatureLoC
0 131

ଶାସ୍ତ୍ରରେ ଅନେକ ପ୍ରକାର ବାସ୍ତୁ ଦୋଷ ବିଷୟରେ କୁହାଯାଇଛି । ଯେଉଁଥିରୁ ମୁଖ୍ୟ ୩ଟିଦୋଷ ହେଉଛି ପିତୃଦୋଷ, ବାସ୍ତୁ ଦୋଷ, ନଜର ଦୋଷ । ଯାହାର କୁଣ୍ଡଳୀରେ ଦୋଷ ଥାଏ ସେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଏ । ଶାସ୍ତ୍ରରେ ଏହି ଦୋଷକୁ ଦୂର କରିବା ଲାଗି ଅନେକ ଉପାୟ କୁହାଯାଇଛି । ଏଥିମଧ୍ୟରୁ ଏକ ଉପାୟ ରହିଛି କର୍ପୂର ପ୍ରୟୋଗ ।

ଯେଉଁ ବ୍ୟକ୍ତିଙ୍କ ଘରେ ବାସ୍ତୁ ଦୋଷ ରହିଥାଏ ଏଥିରୁ ମୁକ୍ତି ପାଇବା ପାଇଁ କର୍ପୂରର ଏକ ଖଣ୍ଡ ପାଣିରେ ପକାଇ ଘର ପୋଛା ମାରିବା ନିହାତି ଆବଶ୍ୟକ ଅଟେ । ଏହାଦ୍ୱାରା ନକରାତ୍ମକ ଶକ୍ତି ଶେଷ ହେବା ସହ ପରିବାର ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।
ଦାନ ଦେବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ ଏହିକାରଣରୁ ଯଦି ଆପଣ ମାତା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଚାହୁଁଛନ୍ତି ତେବେ କର୍ପୂର ଦାନ କରନ୍ତୁ । ଏଭଳି କରିବା ଦ୍ୱାରା ଘରେ ସମ୍ପନ୍ନତା ଏବଂ ବ୍ୟବସାୟରେ ଲାଭ ମିଳିଥାଏ । ଧନ ବୃଦ୍ଧି ପାଇଁ ଘରେ ଶ୍ରୀ ଯନ୍ତ୍ର ସ୍ଥାପନା କରିବା ଉଚିତ । ଏହି ଯନ୍ତ୍ରକୁ ପୂଜାଘରେ ରଖି ଆଳତି କରିବା ଦ୍ୱାରା ଶୁଭ ଫଳ ମିଳିଥାଏ ।

ପିତୃଦୋଷରୁ ମୁକ୍ତି ପାଇବାକୁ ହେଲେ କର୍ପୂର ପ୍ରୟୋଗ ବଡ କାମ କରିଥାଏ । ପ୍ରତି ମଙ୍ଗଳବାର ଏବଂ ଶନିବାର ଭଗବାନଙ୍କ ଆଳତି କରିବା ଦ୍ୱାରା ଏଥିରୁ ମୁକ୍ତ ମିଳିଥାଏ । ଯଦି ଘରେ କୌଣସି ଶିଶୁକୁ ନଜର ଲାଗିଯାଉଛି , ତେବେ ଆପଣ କର୍ପୂର ଜଳାଇ ଶିଶୁ ଆଗରେ ୭ଥର ବୁଲାଇ ମୁଖ୍ୟ ଦ୍ୱାର ବାହାରେ ରଖି ଦିଅନ୍ତି ତେବେ ଏହାଦ୍ୱାରା ନଜର ଲାଗେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More