Only for Entertainment

ଡେନିଅଲ କ୍ରେଗଙ୍କ ପରେ କିଏ ହେବ ଜେମସ ବଣ୍ଡ ?

nerdist
0 43

ଜେମସ ବଣ୍ଡଙ୍କ ୪ଟି ଫିଲ୍ମ କୈସିନୋ ରୋୟାଲ, କ୍ୱାଂଟମ ଅଫ ସଲଏସ, ସ୍କାଇଫଲ ଏବଂ ସ୍ପେକ୍ଟର ବିଚାରଧୀନ ଶୀର୍ଷକ ହେବା ପରେ, ଡେନିଅଲ କ୍ରେଗ ୦୦୭ରେ ବିସ୍ତାର କରିଥିବା ଆଧିପତ୍ୟରୁ ଏବେ ମୁକ୍ତି ଚାହୁଁଛନ୍ତି । ସେ ଏବେ ଆଉ ଗୋଟିଏ ଫିଲ୍ମ ପରେ ୦୦୭ରୁ ଓହରି ଯିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି । ତେଣୁ କିଏ ତାଙ୍କ ସିଂହାସନରେ ସ୍ଥାନ ପ୍ରାପ୍ତ କରିବ ସେ ନେଇ ଏବେ ଚିନ୍ତାର ବିଷୟ ପାଲଟିଛି । ଯଦିଓ କେହି ଯୋଗ୍ୟ ଉତ୍ତରାଧିକାରୀ ଅଛନ୍ତି, ମାତ୍ର ତାଙ୍କ ସ୍ଥାନ ନେଇ ପାରିବେ କି ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ବିଶେଷ ସୂତ୍ରରୁ ପ୍ରକାଶ ଯେ, ଏହି ୦୦୭ ପାଇଁ ଯେଉଁ ଉତ୍ତରାଧିକାରୀଙ୍କୁ ଚୟନ କରାଯାଇଛି ସେମାନେ ହେଉଛନ୍ତି ଟମ ହିଡଲେଷ୍ଟୋନ, ଇଡ୍ରିଶ ଏଲବା, ଟମ ହାର୍ଡି, ମାଇକେଲ ଫେସବେଣ୍ଡର, ବେନେଡିକ୍ଟ କୁମ୍ବରବ୍ୟାଚ, ଏମିଲି ବ୍ଲଂଟ । ଏମାନଙ୍କ ମଧ୍ୟରୁ କିଏ ନେବ ଜେମସ ବଣ୍ଡଙ୍କ ସ୍ଥାନ ସେ ନେଇ ଏବେ ପର୍ଯ୍ୟନ୍ତ କୌଣସି ସଠିକ ସୂଚନା ମିଳିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More