Only for Entertainment

ଶାରୀରିକ ସମ୍ପର୍କ ବିନା ପ୍ରେମ ସମ୍ପର୍କ ଦୀର୍ଘସ୍ଥାୟୀ !

456

ଶାରୀରିକ ସମ୍ପର୍କ କୌଣସି ସମ୍ପର୍କକୁ ବଦଳାଇ ଦେଇଥାଏ । ଏହା ଆପଣଙ୍କ ସମ୍ପର୍କକୁ ମଜଭୂତ କରିପାରେ କିମ୍ବା ସମ୍ପର୍କକ ଭାଙ୍ଗି ଦେବାର କାରଣ ପାଲଟିଥାଏ । ଅନେକ କପଲ ଏହା ମାନନ୍ତି ଯେ ସମ୍ପର୍କରେ ସେକ୍ସର ମହାନତା ଅଧିକ କିନ୍ତୁ ଏଭଳି କିଛିଚ ସମ୍ପର୍କ ରହିଛି ଯେଉଁଠି ସମ୍ପର୍କରେ ସେକ୍ସ ଜରୁରୀ ନଥାଏ । ତେବେ କଣ ଶାରୀରିକ ସମ୍ପର୍କ ବିନା ସମ୍ପର୍କ ଦୀର୍ଘାୟୁ ହୋଇଥାଏ । ଏକ ଅଧ୍ୟୟନରୁ କିଛି ଏଭଳି ରିପୋର୍ଟ ମିଳିଛି ।

ଜଣେ କପଲ କହିଛନ୍ତି ଯେ ସେକ୍ସ ସମ୍ପର୍କର ସମ୍ପୂର୍ଣ୍ଣ ଆଧାର ହୋଇ ନପାରେ । ଯଦିଓ ଆରମ୍ଭରୁ ସେକ୍ସୁଆଲ ଆକର୍ଷଣ ଆପଣଙ୍କ ସମ୍ପର୍କ ଉପରେ ଭାରୀ ପଡିପାରେ , କିନ୍ତୁ ଶେଷରେ ଆପଣଙ୍କ ମଧ୍ୟରେ ବଣ୍ଡିଂ ଏବଂ ବୁଝାମଣା ହିଁ ଆପଣଙ୍କ ସମ୍ପର୍କକୁ ସମ୍ଭାଳିବା କାମ କରିଥାଏ ।

ଜଣେ ବିବାହିତ କପଲ କହିଛନ୍ତି ଯେ ବିବାହର ୬ବର୍ଷ ହୋଇ ସାରିଲାଣି ଏବଂ ତାଙ୍କ ସମ୍ପର୍କକୁ ସେକ୍ସ ହିଁ ମଜଭୂତ ରଖିଛି । ତାଙ୍କ ସେକ୍ସ ଭଲ ପାଇବାର ଏକ ଅଂଶ, ତେଣୁ ଏହାକୁ ଆଡେଇ ଦିଆଯାଇ ନପାରେ ବୋଲି ସେ କହିଛନ୍ତି ।ଏକ ଯୋଡି ଏଭଳି ମଧ୍ୟ ଅଛନ୍ତି ଯାହାଙ୍କ ସମ୍ପର୍କ ଆରମ୍ଭ ସେକ୍ସ କାରଣରୁ ହୋଇଥିଲା ମାତ୍ର ପରେ ୧ବର୍ଷ ପର୍ଯ୍ୟନ୍ତ ଏହି ସମ୍ପର୍କକୁ ଆଡେଇଲା ପରେ ମଧ୍ୟ ଭଲ ପାଇବା ସେହିଭଳି ଦେଖିବାକୁ ମିଳିଥିଲା ।

ଯଦି ସମ୍ପର୍କ କେବଳ ସେକ୍ସ ସହ ଯୋଡି ହୋଇ ରହେ ତେବେ ଏହି ସମ୍ପର୍କର କୌଣସି ମହତ୍ତ୍ୱ ରହେ ନାହିଁ । ଏହି ସମ୍ପର୍କରେ ଜଣେ କପଲଙ୍କୁ ପ୍ରଶ୍ନ କରିବାରୁ ସେ କହିଥିଲେ ଯେ ସେକ୍ସ ଯଦିଓ ପ୍ରେମର ଏକ ଅଂଶ ଅଟେ, କିନ୍ତୁ ଘରୁ ବାହାରିଲା ପରେ ଯଦି ବଣ୍ଡିଂ ସେହିଭଳି ନ ରହେ ତେବେ ଏହି ସମ୍ପର୍କ ବେଶୀ ଦିନ ରହେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More