Only for Entertainment

ମାତ୍ର ୫ ଖଣ୍ଡ ଭୋଟ୍‌ ପାଇ ମିଡିଆରେ କାନ୍ଦି ପକାଇଲେ ଏହି ପ୍ରାର୍ଥୀ ! ମୋ ଘର ଲୋକ ବି ମୋତେ ଭୋଟ୍‌ ଦେଇନାହାନ୍ତି!

Younews
63

ଗୁରୁବାର ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଗତଥର ପରି ଏଥର ବି ବିଜୟ ଲାଭ କରିଛି ଭାରତୀୟ ଜନତା ପାର୍ଟି। ବିଜୟୀମାନେ ଖୁସି ବାଣ୍ଟୁଥିବା ବେଳେ କିଛି ପରାଜିତ ପ୍ରାର୍ଥୀ ଭାଙ୍ଗି ପଡ଼ିଛନ୍ତି। ଏହି ଜୟ-ପରାଜୟ ଭିତରେ ଚର୍ଚ୍ଚାରେ ରହିଛନ୍ତି ପରାଜିତ ହୋଇଥିବା ଜଣେ ସ୍ୱାଧୀନ ପ୍ରାର୍ଥୀ। ସେ ମାତ୍ର ପାଞ୍ଜ ଖଣ୍ଡ ଭୋଟ୍‌ ପାଇଛନ୍ତି ବୋଲି ପ୍ରଥମେ ଚର୍ଚ୍ଚା ହେବାରୁ କାନ୍ଦିବାକୁ ଲାଗିଥିଲେ। ମାତ୍ର ପରେ ଜଣାପଡ଼ିଲା ଯେ ସେ ୮୫୬ ଖଣ୍ଡ ଭୋଟ୍‌ ପାଇ ପରାଜିତ ହୋଇଛନ୍ତି।

ପ୍ରାର୍ଥୀ ଜଣକ କାନ୍ଦୁଥିବା ବେଳର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ସେ କାନ୍ଦୁ ଥିବାର ସ୍ପଷ୍ଟ ଦେଖିବାକୁ ମିଳିିଛି। ପ୍ରାର୍ଥୀ ଜଣକ ହେଉଛନ୍ତି ନିତୁ ସୁତେରାନ ଓ୍ଵାଲା। ସେ ଜଳନ୍ଧର ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ।

ସେ କାନ୍ଦିବାର କାରଣ ହେଉଛି ତାଙ୍କୁ ଲାଗୁଥିଲା କି ଏପରିକି ତାଙ୍କ ପରିବାର ଲୋକ ତାଙ୍କୁ ଭୋଟ୍‌ ନ ଦେଇ ତାଙ୍କ ସହ ପ୍ରତାରଣା କରିଛନ୍ତି ବୋଲି ସେ କହିଥିଲେ। ତାଙ୍କ ନିଜ ପରିବାରରେ ସମୁଦାୟ ୯ ଜଣ ଲୋକ ହୋଇଥିଲେ ବି ତାଙ୍କୁ ଏତେ କମ୍‌ ଭୋଟ୍‌ ମିଳିବା ହେଉଛି ତାଙ୍କ କାନ୍ଦର କାରଣ। ମାତ୍ର ପରେ ଅନ୍ତିମ ଗଣନାରୁ ଜାଣିବାକୁ ମିଳିଲା ଯେ ସେ ୮୫୬ ଭୋଟ୍‌ ପାଇଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More