Only for Entertainment

କ୍ୟାପ୍‌ସିକମ୍‌ ଓ ବେସନ ତରକାରୀ ପ୍ରସ୍ତୁତି ପ୍ରଣାଳୀ

Ambika's Kitchen
27

ସାମଗ୍ରୀ-

ଦୁଇଟି କ୍ୟାପସିକମ୍‌, ୩ ଚାମଚ ବେସନ, ଲମ୍ବାରେ କଟା ହୋଇଥିବା ଗୋଟିଏ ପିଆଜ, ୪ଟି ରସୁଣ, ଗୋଟିଏ କଞ୍ଚା ଲଙ୍କା, ଅଧ ଚାମଚ ହଳଦୀ, ଏକ ଚାମଚ ଧନିଆ ପାଉଡର, ଏକ ଚାମଚ ଲଙ୍କା ଗୁଣ୍ଡ, ଅଧ ଚାମଚ ସୋରିଷ, ଅଧ ଚାମଚ ଜିରା, ଚିମୁଟେ ହେଙ୍ଗୁ, ଭୃସଙ୍ଗ ପତ୍ର, ଛାଣିବା ପାଇଁ ତେଲ ଓ ସ୍ବାଦାନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ-

କ୍ୟାପ୍‌ସିକମ୍‌କୁ ଧୋଇ ଛୋଟ ଖଣ୍ଡ କରି କାଟନ୍ତୁ। ବେସନକୁ ଅଳ୍ପ ଭାଜି ରଖନ୍ତୁ। ଏକ କଡ଼ାଇରେ ତେଲ ଗରମ କରନ୍ତୁ। ଏଥିରେ ସୋରିଷ, ଜିରା, ହେଙ୍ଗୁ ପକାନ୍ତୁ। ଫୁଟିଗଲା ପରେ ଏଥିରେ ପିଆଜ, ରସୁଣ ଏବଂ ଭୃସଙ୍ଗ ପତ୍ର ପକାଇ ହାଲୁକା ସୁନେଲି ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏବେ ଏଥିରେ କ୍ୟାପ୍‌ସିକମ୍‌ ପକାଇ ୫ ମିନିଟ୍‌ ପର୍ଯ୍ୟନ୍ତ ଜୋର୍‌ ଆଞ୍ଚରେ ଭାଜନ୍ତୁ। ଏବେ ଏଥିରେ ହଳଦୀ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ଏବଂ ବେସନ ପକାଇ ଭଲ ଭାବେ ଗୋଳାନ୍ତୁ। ଯଦି ମସଲା କଡ଼ାଇରେ ଲାଗୁଥିବା ଦେଖିବେ ଅଳ୍ପ ପାଣି ସିଞ୍ଛିଲା ଭଳି ଦେଇପାରିବେ। କଡ଼ାଇକୁ ୫ ମିନିଟ୍‌ ପର୍ଯ୍ୟନ୍ତ ଘୋଡ଼ାଇ ସିଝିବାକୁ ଦିଅନ୍ତୁ। ଏବେ ଘୋଡ଼ଣୀ ଖୋଲି ଅଳ୍ପ ଏପଟ ସେପଟ କରନ୍ତୁ। ପ୍ରସ୍ତୁତ ହୋଇଗଲା କ୍ୟାପ୍‌ସିକମ୍‌ ଓ ବେସନ ତରକାରୀ। ଏହାକୁ ଆପଣ ରୁଟି କିମ୍ବା ଚପାତି ସହ ଗରମ ଗରମ ଖାଇପାରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More