ଜାଣନ୍ତୁ ବାସ୍ତୁ ସହିତ କ’ଣ ରହିଛି ଗୁଜୁରାତିର ସଂପର୍କ ।
ଗୁଜୁରାତିକୁ ଖାଦ୍ୟରେ ବ୍ୟବହାର କରାଯାଏ ଏହା ସମସ୍ତେ ଜାଣନ୍ତି କିନ୍ତୁ ଏହାର ସଂପର୍କ ବାସ୍ତୁ ସହିତ କ’ଣ ହୋଇପାରେ ଏହା ଆପଣ ନିହାତି ଭାବରେ ଭାବୁଥିବେ । ତେବେ ଆସନ୍ତୁ ସେହି ବିଷୟରେ ଜାଣିବା କିଛି ସାଧାରଣ କଥା,ଯାହା ହୁଏତ ଆପଣଙ୍କ ଦୈନନ୍ଦିନ ଜୀବନରେ କାମରେ ଆସିପାରେ ।
- ଧନ ବୃଦ୍ଧି ପାଇଁ ନିଜ ପର୍ସରେ ସର୍ବଦା ୫ଟି ଗୁଜୁରାତି ରଖନ୍ତୁ।
- ଦାମ୍ପତ୍ୟ ଜୀବନ ସୁଖମୟ ପାଇଁ ଗୁରୁବାର ଦିନ ହଳଦିଆ ବସ୍ତ୍ରରେ ୫ଟି ଗୁଜୁରାତି ରଖି ଗରିବକୁ ଦାନ ଦିଅନ୍ତୁ।
- ଆଶା ଅନୁଯାୟୀ ଟଙ୍କା ସଞ୍ଚୟ ଅଥବା ରୋଜଗାର ନ ହୋଇପାରିଲେ ଏକ ହଳଦିଆ କପଡ଼ାରେ ଗୋଟିଏ ଗୁଜୁରାତି ରଖି ତକିଆ ତଳେ ରଖିଲେ, ଏହି ସମସ୍ୟା ଦୂର ହୋଇଯିବ।
- ଶିକ୍ଷା କ୍ଷେତ୍ରରେ ଉନ୍ନତି ଚାହୁଁଥିଲେ, ଗୋଟିଏ ଗୁଜୁରାତିକୁ କ୍ଷୀରରେ ଫୁଟାଇ ନିୟମିତ ସାତଟି ସୋମବାର କୌଣସି ଗରିବ ଲୋକଙ୍କୁ ଦିଅନ୍ତୁ।ନିୟମିତ ଗୋଟିଏ ଗୁଜୁରାତି ଖାଇବା ଦ୍ୱାରା ପାଟିର ଦୁର୍ଗନ୍ଧ ସମସ୍ୟା ମଧ୍ୟ ଦୂର ହୋଇଥାଏ।