Only for Entertainment

ଗାଜରର ଏହି ଉପକାରୀ ଗୁଣ ବିଷୟରେ ଆପଣ ମଧ୍ୟ ଜାଣନ୍ତୁ ।

AllThatGrows
52

ଗାଜରକୁ ଆପଣ ରୋଷେଇରେ ବ୍ୟବହାର କରିବା ସହିତ ସାଲାଡରେ ମଧ୍ୟ ବ୍ୟବହାର କରୁଥିବେ । କାରଣ ଏହା କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଉପକାରୀ । ତେଣୁ ଏହାକୁ ଡାଏଟରେ ମଧ୍ୟ କେହି କେହି ସାମିଲ କରନ୍ତି । ଏହା ପୂର୍ବରୁ ଆମେ ଆପଣଙ୍କୁ ଗାଜରର କେତେକ ଉପକାରୀ ଗୁଣ ବିଷୟରେ ଜଣାଇଛୁ, ତେବେ ଏହା ମଧ୍ୟ ସେହିଭଳି ଏକ ସ୍ୱାସ୍ଥ୍ୟ ସମ୍ବଦ୍ଧୀୟ ସୂଚନା । ଆଜିକାଲି ରକ୍ତଚାପ ଏକ ବିରାଟ ସମସ୍ୟା । ଯେଉଁଥିପାଇଁ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରି ଔଷଧ ଖାଉଥିବେ, କିନ୍ତୁ କ’ଣ ଆପଣ ଜାଣନ୍ତିକି ବିନା ଔଷଧରେ ମଧ୍ୟ ଆପଣ ଏହାକୁ ନିୟନ୍ତ୍ରଣ କରିପାରିବେ ।

ଆଜ୍ଞା ହଁ ସକାଳେ ନିତ୍ୟ କମ ସାରି କିଛି ସମୟ ବୁଲି ଆସନ୍ତୁ ଏବଂ ଗାଜରକୁ ଜୁସ କରି ପିଅନ୍ତୁ । ଏହା ଦ୍ୱାରା କୋଲେଷ୍ଟ୍ରଲ ନିୟନ୍ତ୍ରଣ ହୋଇଥାଏ । ଆଭ୍ୟନ୍ତରୀଣ ଅଙ୍ଗକୁ ପରିଷ୍କାର ରଖିବାର ଏହା ହେଉଛି ଏକ ସରଳ ପ୍ରାକୃତିକ ଉପାୟ । ନିୟମିତ ପିଇବା ଦ୍ୱାରା ଶରୀରରୁ ଦୂଷିତ ପଦାର୍ଥ ନିଷ୍କାସନ ହୋଇଯାଏ ଏବଂ ଶରୀର ସୁସ୍ଥ ରହିଥାଏ । ଏଥିରେ ପ୍ରଚୁର ପରିବାଣରେ ସିଲିକା,ଭିଟାମିନ ସି, ଫୋଲିକ ଏସିଡ ଏବଂ ପୋଟାସିୟମ ଭରି ରହିଥାଏ । ତେଣୁ ଏହାକୁ ପ୍ରତିଦିନ ଖାଦ୍ୟରେ ସାମିଲ କରିବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More