Only for Entertainment

ଲିଙ୍ଗରାଜ ମନ୍ଦିରରେ ‘ନୋ କ୍ୟାମେରା ଜୋନ’ରେ ଫଟୋ ଉଠାଇବାକୁ ନେଇ ରବିନା ଟଣ୍ଡନଙ୍କ ନାମରେ ମାମଲା ରୁଜୁ ।

amarujala
0 57

ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ନାମରେ ମାମଲା ରୁଜୁ କରାଯାଇଛି । ‘ନୋ କ୍ୟାମେରା ଜୋନ’ରେ ସୁଟିଂ କରିଥିବାକୁ ନେଇ ଏହି ପରସ୍ଥିତି ଉପୁଜିଛି । ରବିନାଙ୍କ ବିରୁଦ୍ଧରେ ଏହି ମାମଲା ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରର ପ୍ରବନ୍ଧକ କରିଛନ୍ତି । କିନ୍ତୁ ଏହି ମାମଲାରେ ରବିନାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।

କିଛି ଦିନ ପୂର୍ବରୁ ରବିନା ଟଣ୍ଡନ ଏକ ବିଜ୍ଞାପନ ସୁଟିଂ ପାଇଁ ଲିଙ୍ଗରାଜ ମନ୍ଦିର ଆସିଥିଲେ । ଯେଉଁଥିରେ ସେ ବିୟୁଟି ଟିପ୍ସ ଦେଉଥିବାର ନଜର ଆସିଥିଲେ । ରବିନା ଯେଉଁ ସ୍ଥାନରେ ଏହି ସୁଟିଂ କରିଛନ୍ତି ତାହା ‘ନୋ କ୍ୟାମେରା ଜୋନ’ରେ ଥିଲା,କିନ୍ତୁ ଏହାପରେ ମଧ୍ୟ ରବିନା ସୁଟିଂ ଜାରି ରଖିଥିଲେ ।

ସୂଚନା ଅନୁସାରେ ମନ୍ଦିର ପ୍ରବନ୍ଧକ ଏହି ମାମଲାରେ କଡ଼ା ପଦକ୍ଷେପ ନେଇଛନ୍ତି ଏବଂ ନିକଟସ୍ଥ ପୋଲିସ ଷ୍ଟେସନରେ କେସ ଦେଇଛନ୍ତି । ତେବେ ଏହା ପ୍ରଥମ ମାମଲା ନୁହେଁ ଯାହା କୌଣସି ଅଭିନେତା କିମ୍ବା ଅଭିନେତ୍ରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଏହା ପୂର୍ବରୁ ଏହିଭଳି କେତେକ ମାମଲା ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More