Only for Entertainment

କାଷ୍ଟିଂ କାଉଚରେ କ’ଣ ଭୁଲ ଅଛି ? ଏହା ଆଗକୁ ବଢିବାର ଏକ ପାରମ୍ପରିକ ଉପାୟ : ଶତୃଘ୍ନ ସିହ୍ନା

DNA India
0 53

ବଲିଉଡ କୋରିଓଗ୍ରାଫର ସରୋଜ ଖାନ ଏବଂ କଂଗ୍ରେସ ବରିଷ୍ଠ ନେତ୍ରୀ ରେଣୁକା ଚୌଧୁରୀଙ୍କ ପରେ ଏବେ ବଲିଉଡ ଏଭିନେତା ବା ବିଜେପି ସାଂସଦ ଶତୃଘ୍ନ ସିହ୍ନା କାଷ୍ଟିଂ କାଉଚକୁ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ଏହା ଏକ ବ୍ୟକ୍ତିଗତ ପସନ୍ଦ ଏଥିପାଇଁ କାହାକୁ ବାଧ୍ୟ କରାଯାଇନଥାଏ । ରାଜନୀତି ଏବଂ ମନୋରଞ୍ଜନ କ୍ଷେତ୍ରରେ ଯୌନ ସଂମ୍ବନ୍ଧ ଦାବି କରାଯାଇଥାଏ ବୋଲି ସେ ସହମତ ହୋଇଛନ୍ତି ।

ଆଇଏଏନଏସକୁ ଦେଇଥିବା ବୟାନରେ ଶତୃଘ୍ନ ସିହ୍ନା କହିଛନ୍ତି ଯେ ନା ସରୋଜ ନା ରେଣୁକା କେହି ଭୁଲ ନୁହଁନ୍ତି । ମନୋରଞ୍ଜନ ଏବଂ ରାଜନୀତି କ୍ଷେତରରେ ଯୌନ ସମ୍ବନ୍ଧ ରଖିବା ପାଇଁ ଦାବି କରାଯାଇଥାଏ । ଜୀବନରେ ଆଗକୁ ବଢିବା ପାଇଁ ଏହା ଏକ ପ୍ରାଚୀନ ଉପାୟ । ଏହା ମାନବ ଜୀବନର ଆରମ୍ଭରୁ ହିଁ ରହିଛି । ଏଥିରେ ଏତେ ଦୁଃଖି ହେବାର ଆବସ୍ୟକତା କ’ଣ ?

image

ଏହା ସହିତ ସେ କହିଛନ୍ତି କୋରିଓଗ୍ରାଫି କ୍ଷେତ୍ରରେ ସରୋଜ ଖାନ ଏକ ପ୍ରସିଦ୍ଧ ନାମ । ଯଦି ସେ କହିଛନ୍ତି ବଲିଉଡରେ ଝିଅମାନଙ୍କୁ ବୁଝାମଣା କରିବାକୁ ପଡିଥାଏ ତେବେ ତାଙ୍କୁ ଏହି ବଷୟରେ ଅଧିକ ସୂଚନା ଥିବ । ଏହା ସହିତ ସେ କାଷ୍ଟିଂ କାଉଚ ହେଉଥିବା ଘଟଣାକୁ ସ୍ୱିକାର କରି କହିଛନ୍ତି, ‘ମୁଁ ରେଣୁକା ଏବଂ ସରୋଜ ଖାନଙ୍କୁ ସମର୍ଥନ କରୁଛି । ଝିଅମାନଙ୍କୁ ବଲିଉଡରେ ଆଗକୁ ବଢିବା ପାଇଁ ବୁଝାମଣା କରିବାକୁ ପଡିଥାଏ । ବୋଧ ହୁଏ ସରୋଜ ଖାନଙ୍କୁ ଏହି ଦୁଃଖ ଏବଂ ଅପମାନ ଦେଇ ଗତି କରିବାକୁ ପଡିଛି । ’

ଏହା ସହିତ ସେ କହିଛନ୍ତି ‘ମୁଁ ଏହା କହୁନାହିଁ ଯେ କାଷ୍ଟିଂ କାଉଚ ଠିକ୍ ବୋଲି । ମୁଁ ଏଭଳି କିଛି ବିଷୟରେ ଭାଗିଦାର ନାହିଁ । କିନ୍ତୁ ଆମ ଆଖପାଖର ସତ ଘଟଣାରୁ ଆମେ ମୁହଁ ଏଡାଇ ପାରିବା ନାହିଁ । ତେଣୁ ସରୋଜ ଖାନଙ୍କୁ ଏଥିପାଇଁ ନିନ୍ଦା କରିବା କଥା ନୁହେଁ ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More