Only for Entertainment

କାଷ୍ଟିଂ କାଉଚକୁ ନେଇ ବଲିଉଡ ଅଭିନେତ୍ରୀଙ୍କର ବଡ ବୟାନ ।

cppnews
0 54

କିଛି ଦିନ ଧରି କାଷ୍ଟିଂ କାଉଚକୁ ନେଇ ଅନେକ ଚର୍ଚ୍ଚା ଚାଲିଛି ଏବଂ ଅନେକ ଅଭିନେତ୍ରୀ ଏହି ସମସ୍ତ ସମ୍ପର୍କରେ ନିଜର ଅଭିଜ୍ଞତା ଲୋକଲୋଚନକୁ ଆଣିଛନ୍ତି । ଯେଉଁ ବିଷୟରେ ଅନେକ ଅଭିନେତ୍ରୀ ମଧ୍ୟ ମୁହଁ ଖୋଲନ୍ତି ନାହିଁ । ମାତ୍ର ଅନେକ କଳାକାର ଏ ସମ୍ପର୍କରେ ଲୋକଲୋଚନରେ ମୁହଁ ଖୋଲିଛନ୍ତି । ଚାଲନ୍ତୁ ଜାଣିବା କିଛି ଅଭିନେତ୍ରୀଙ୍କ ଏହି କାଷ୍ଟିଂ କାଉଚକୁ ନେଇ ନିଜର କାହାଣୀ ।

radhika-apte-1519126481

ରାଧିକା ଆପ୍ତେ
ବଲିଉଡ ପ୍ରସିଦ୍ଧ ନାୟିକା ରାଧିକା ଆପ୍ତେ ଅନେକ ସୁପରହିଟ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦେଇଛନ୍ତିା ସେ କହିଛନ୍ତି ଦେବ ଡି ଅଡିଶନ ସମୟରେ ତାଙ୍କୁ ଫୋନରେ ଅଶ୍ଳୀଳ କଥା କହିବା ପାଇଁ ବାଧ୍ୟୂ କରାଯାଇଥିଲା । ସେ ଏଭଳି କଥା କେବେ କହି ନଥିଲେ ଏବଂ ଏହାପରେ ମଧ୍ୟ ସେ କେବେ ହେଲେ ଏଭଳି କଥା କହି ନାହାନ୍ତି ବୋଲି ରାଧିକା କହିଛନ୍ତି । ଏହାପରେ ତାଙ୍କ ସହ ଆଉ ଏକ ଅଘଟଣ ଘଟିଥିଲା । ସାଉଥର ଏକ ହିରୋ ତାଙ୍କ ଗୋଡରେ ଅସଭ୍ୟ ଭଳି ଗୁଦଗୁଦି କରି୍ଥିଲେ ଏବଂ ସେ ରାଧିକା ଏହି କାରଣରୁ ତାଙ୍କୁ ଚାପୁଡା ମାରିଥିବା ରାଧିକା କହିଛନ୍ତି ।

laxmi-rai

ରାୟ ଲକ୍ଷ୍ମୀ
ଜୁଲି ୨ଫିଲ୍ମର ଅଭିନେତ୍ରୀ କହିଛନ୍ତି ତାଙ୍କୁ ଏଭଳି ସମସ୍ୟାର ଅନେକ ଥର ସମ୍ମୁଖୀନ ହେବାକୁ ପଡିଛି । ଲକ୍ଷ୍ମୀଙ୍କ କହିବା ମୁତାବକ ନାରୀର ସୌନ୍ଦର୍ଯ୍ୟ ହିଁ ନାରୀର ଶତୃ ଅଟେ । ଅଭିନେତ୍ରୀ ମାନେ ସବୁବେଳେ ମିଡିଆ ଘେରରେ ଏବଂ ଏହି କଥାକୁ ଚାରିଆଡେ ଚର୍ଚ୍ଚା କଲା ପରେ କାମ ମଧ୍ୟ ମିଳେ ନାହିଁ ।

iaefruyiewafref

ସୁରବିନ ଚାୱଲା
ହେଟଷ୍ଟୋରୀ ୪ର ଏହି ଅଭିନେତ୍ରୀ ସୁରବିନ ଚାୱଲା କହିଛନ୍ତି ସାଉଥ ଇଣ୍ଡିଆନର ଏକ ଫିଲ୍ମରେ ତାଙ୍କୁ ବଛା ଯାଇଥିଲା । ଏହାପରେ ନିର୍ଦ୍ଦେଶକ ତାଙ୍କୁ ଗୋଟେ ରାତି ତାଙ୍କ ସହ ବିତାଇବା ପାଇଁ କହିଥିଲେ । ସେ ମନା କରିଦେବାରୁ ତାଙ୍କ ହାତରୁ ସେହି ଫିଲ୍ମଟି ଚାଲିଯାଇଥିଲା ।

kalki-koechlin-

କଳ୍କି କୋଚଲିନ
କଳ୍କି କହିଛନ୍ତି ଯେ ପିଲା ଦିନରୁ ହିଁ ସେ ଶୋଷଣର ଶିକାର ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More