Only for Entertainment

ବିଲେଇର ଚତୁରତାର କାହାଣୀ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ ।ଏହିଭଳି ବଂଚାଇଲା କୋମଳମତି ଶିଶୁର ଜୀବନ ।

punjab kesari
30

ଜୀବଜନ୍ତୁ ମାନେ ଖୁବ ବୁଝାସୁଝା ପ୍ରକୃତିର ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ ଏହିଭଳି ଏକ ବିଲେଇ ବିଷୟରେ କହିବୁ ଯିଏ ଚତୁରତାର ସହିତ ଏକ ୨ ବର୍ଷର ଛୁଆର ଜୀବନ ବଂଚାଇଛି । ଘଟଣା ନ୍ୟୁୟର୍କରେ ରହୁଥିବା ସିଙ୍ଗଲ ମଦର ଜେନିନେଙ୍କ ସହିତ ଘଟିଛି । ଆମେରିକାରେ ସେ ସେଲ୍ଟରରୁ ବିଲେଇକୁ ଆଡପ୍ଟ କରିଥିଲେ । ବିଲେଇ ଖୁବ ଶାନ୍ତ ଏବଂ ଚତୁର ଥିଲା । ବିଲେଇର ନାମ ହେଉଛି ହେର୍ବି ।

ବିଲେଇଟି ମହିଳାଙ୍କ ୨ ବର୍ଷର ଛୁଆ ସହିତ ଖୁବ ଆଟାଚ ହୋଇ ଯାଇଥିଲା । ଦିନେ ସେ ମହିଳାଙ୍କ ନିକଟକୁ ଆସି କାନ୍ଦିବାକୁ ଲାଗିଲା । କିଛି ସମୟ ପାଇଁ ଜେନିନେ କିଛି ଧ୍ୟାନ ଦେଲେ ନାହିଁ । କିନ୍ତୁ କିଛି ସମୟ ପରେ ସେ ଯେତେବେଳେ ଝିଅ ଇସାବେଲଙ୍କ ରୁମକୁ ଗଲେ ସେତେବେଳେ ଝିଅର ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଝିଅ କମ୍ବଳରେ ଘୋଡ଼ା ହୋଇଥିଲା ଏବଂ ତାହାର ପେଟ ଫୁଲୁଥିଲା । ତେବେ ଜେନିନ ଅଫିସରୁ ଆସି ଶୋଇ ଯାଇଥିଲେ ଏବଂ ଝିଅ ମଧ୍ୟ ତା’ ରୁମରେ ଶୋଇଥିଲା । ବିଲେଇକୁ କିଛି ଗଡ଼ବଡ଼ ଅନୁଭବ ହେବାରୁ ସେ ମହିଳାଙ୍କୁ ଯାଇ ଡାକିଥିଲା । ଇସାବେଲ ନିଃଶ୍ୱାସ ନେଇ ପାରୁନଥିଲା । ଜେନିନ ତୁରନ୍ତ ଦୌଡ଼ିଯାଇ କମ୍ବଳ ହଟାଇଲେ । ସେତେବେଳେକୁ ଇସାବେଲ ହାତ ଗୋଡ଼ ହଲାଇବା ବନ୍ଦ କରି ଦେଇଥିଲା । ତାକୁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ଥିଲା । ସେ ଘରୋଇ ଉପାୟରେ ଅବସ୍ଥାକୁ ସ୍ଥିର କରିବାକୁ ଚେଷ୍ଟା କଲେ । ସେହି ସମୟରେ ଜେନିନେ ବୁଝି ପାରିଲେଯେ ଯଦି ତାଙ୍କ ପାଖରେ ପାଳିତ ବିଲେଇ ନଥାନ୍ତା ତେବେ କ’ଣ ହୋଇଥାନ୍ତା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More