Only for Entertainment

ଲଂଚରେ ପ୍ରସ୍ତୁତ କରି ସର୍ଭ କରନ୍ତୁ ଫୁଲକୋବି ଫ୍ରାଏଡ ରାଇସ୍

tastingtable
0 40

ସାମଗ୍ରୀ-

ତେଲ- ୨ ଚାମଚ
ରସୁଣ- ଅଧା ଚାମଚ
ଅଦା- ୧ ଚାମଚ
ପିଆଜ- ୬୦ ଗ୍ରାମ
ଗାଜର- ୯୦ ଗ୍ରାମ
ଗ୍ରୀନ ମଟର- ୬୦ ଗ୍ରାମ
ସ୍ପ୍ରିଙ୍ଗ ଓନିଅନ- ୬୦ ଗ୍ରାମ
ଲୁଣ- ସ୍ୱାଦ ଅନୁସାରେ
ଗୋଲମରିଚ ଗୁଣ୍ଡ- ୧/୪ ଚାମଚ
ସୋୟା ସସ- ୪୫ ମିଲି
ଫୁଲକୋବି- ୩୪୦ (କଟା ହୋଇଥିବା)
ଅଣ୍ଡା- ୨ଟା

ପ୍ରଣାଳୀ-
ଏକ ପ୍ୟାନରେ ତେଲ ଗରମ କରନ୍ତୁ । ତେଲ ଗରମ ହେବାପରେ ସେଥିରେ ଅଦା ଏବଂ ରସୁଣ ପକାଇ ଫ୍ରାଏ କରନ୍ତୁ । ଏହାପରେ ପିଆଜ ପକାଇ ଗୋଲଡେନ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ବର୍ତ୍ତମାନ ଏଥିରେ ଗାଜର, ଗ୍ରୀନ ମଟର ଏବଂ ସ୍ପ୍ରିଙ୍ଗ ଓନିଅନ ପକାଇ ୫-୭ ମିନିଟ ପର୍ଯ୍ୟନ୍ତ ସିଝିବା ପାଇଁ ଛାଡି ଦିଅନ୍ତୁ । ଏହାପରେ ଲୁଣ, ଗୋଲମରିଚ ଗୁଣ୍ଡ ଏବଂ ସେୟା ସସ ପକାଇ ଭଲଭାବେ ମିଶାଇ ଦଅନ୍ତୁ । କିଛି ସମୟ ସିଝିବା ପରେ ଏହି ମିଶ୍ରଣରେ ସରୁକଟା ଫୁଲକୋବି ପକାଇ ୩-୪ ମିନିଟ ରାନ୍ଧନ୍ତୁ । ଏହା ଭଲଭାବେ ସିଝିବା ପରେ ଏଥିରେ ଦୁଇଟି ଅଣ୍ଡା ପକାଇ ଭଲଭାବେ ମିଶାଇ ଦିଅନ୍ତୁ । ଆପଣଙ୍କର ଫୁଲକୋବି ଫ୍ରାଏଡ ରାଇସ ପ୍ରସ୍ତୁତ ହୋଇଗଲା । ବର୍ତ୍ତମାନ ସ୍ପ୍ରିଙ୍ଗ ଓନିଅନ ପକାଇ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More