Only for Entertainment

ଏମେନୋରିଆ ପାଇଁ ଅଟକି ଯାଏ ପିରିୟଡସ, ଜାଣନ୍ତୁ କେଉଁ ମହିଳାଙ୍କ ଠାରେ ଦେଖାଦିଏ ଏଭଳି ସମସ୍ୟା

nari
132

ଏମେନୋରିଆ ମହିଳାଙ୍କ ଏଭଳି ଏକ ସମସ୍ୟା ଯାହା ଦ୍ୱାରା ପିରିୟଡସ ହେବା ବନ୍ଦ ହୋଇଯାଏ । ଅବଶ୍ୟ ଏହି ସ୍ଥିତି ପ୍ରେଗନେନ୍ସି ଏବଂ ମେନପଜ ଠାରୁ ସଂପୂର୍ଣ୍ଣ ଭିନ୍ନ । କିନ୍ତୁ ଏହି ବିଷୟରେ ମହିଳାଙ୍କ ନିକଟରେ ଖୁବ କମ ସୂଚନା ଥାଏ । ଏହା ଦ୍ୱାରା ସେମାନଙ୍କୁ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେଣୁ ମହିଳାଙ୍କୁ ଏହି ବିଷୟରେ ଜାଣିବା ନିହାତି ଆବଶ୍ୟକ ।

କିଛି ମହିଳାଙ୍କ ନିକଟରେ ଦେଖାଯାଏଯେ ସେମାନେ କମ ଖାଦ୍ୟ ଖାଆନ୍ତି । କେବେ କେବେ କିଛି ମହିଳାଙ୍କର ଖାଇବା ପରେ ବାନ୍ତି ହୋଇଯାଏ । ଏହା ବ୍ୟତୀତ ଯେଉଁ ମହିଳା ସାକୋଲୋଜିକାଲି ଡିପ୍ରେସନରେ ରହୁନ୍ତି ସେମାନଙ୍କ ନିକଟରେ ଏହି ସମସ୍ୟା ଦେଖାଦିଏ । ଏହା ବ୍ୟତୀତ ବ୍ରେନ ଟ୍ୟୁମର, ୟୁଟ୍ରସ ଏବଂ ଅନ୍ୟ କେତେକ ଡେଭଲପମେଂଟ ଡିଫେକ୍ଟ , ଦୀର୍ଘ ସମୟ ପର୍ଯ୍ୟନ୍ତ କଂଟ୍ରାସେପ୍ଟିବ ନେବା ପରିବର୍ତ୍ତେ ଏମେନୋରିଆ ହୋଇପାରେ । ଏହା ସହିତ ଆଥଲେଟିକ ମହିଳାଙ୍କୁ ମଧ୍ୟ ଏହି ରୋଗ ହୋଇପାରେ । ତେବେ ଏହି ସମସ୍ୟା ଦ୍ୱାରା ଅନ୍ୟ କେତେକ ରୋଗ ହୋଇପାରେ । ଏହା ଦ୍ୱାରା ଥାଇରଏଡ, ପିଟ୍ୟୁଟରୀ ଟ୍ୟୁମର, ପିସିଓଏସ ଆଦି ହୋଇଥାଏ । କେବଳ ସେତିକି ନୁହେଁ ବନ୍ଧ୍ୟାପଣ ମଧ୍ୟ ହୋଇପାରେ ।

ଯେଉଁ ମହିଳା ତିନୋଟି ପିରିୟଡସ ମିସ କରିଥାନ୍ତି ସେମାନେ ଏମେନୋରିୟାର ଶୀକାର ହୋଇଥାନ୍ତି । ତେଣୁ ଏଭଳି ସମସ୍ୟା ହେଉଥିଲେ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More