Only for Entertainment

ରିଲିଜ ହେବାର କିଛି ଘଂଟା ପୂର୍ବେ ସଂଜୁ ଫିଲ୍ମକୁ ଲାଗିଲା ଶକ୍ତ ଝଟକା, ସେନସର ବୋର୍ଡ ଶୁଣାଇଲେ ବଡ ନିଷ୍ପତ୍ତି ।

0 29

ରାଜକୁମାର ହିରାନୀଙ୍କ ଫିଲ୍ମ ‘ସଂଜୁ’ଗତକାଲି ଅର୍ଥାତ ୨୯ଜୁନରେ ରିଲିଜ ହେବାକୁ ଯାଉଛି । ଶୁକ୍ରବାର ଫିଲ୍ମର ସ୍କ୍ରିନିଂ ରଖାଯାଇଥିଲା ଏବଂ ବଲିଉଡର ପ୍ରସିଦ୍ଧ କଳାକାର ଏହି ଫିଲ୍ମକୁ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି । କ୍ରିଟିକ୍ସକୁ ମାନିବାକୁ ଗଲେ ଫିଲ୍ମ ଚଳିତ ବର୍ଷର ସବୁଠାରୁ ବଡ ଓପନର ସାବ୍ୟସ୍ତ ହୋଇପାରେ ।

ରିଲିଜର କିଛି ଘଂଟା ପୂର୍ବରୁ ଏହି ଫିଲ୍ମକୁ ଏକ କଡା ଝଟକା ଲାଗିଛି । ଅର୍ଥାତ ଫିଲ୍ମର ସବୁଠାରୁ ବଡ ଜରୁରୀ ସିନକୁ କାଟି ଦିଆଯାଇଛି । ଫିଲ୍ମକୁ ସେଂଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ ଦେଖିଥିଲେ ଏବଂ ଏଥିରୁ ଏକ ସିନ ହଟାଇବା ଲାଗି କହିଛନ୍ତି ।

ଫିଲ୍ମର ଟ୍ରେଲରରେ ଏକ ସିନ ଦେଖାଯାଇଥିଲା ଯେଉଁଥିରେ ସଂଜୟ ଦତ୍ତ ଜେଲରେ ବନ୍ଦ ଅଛନ୍ତି । ସେହି ସମୟରେ ଟୟଲେଟ ଓଭର ଫ୍ଲୋ ହେବାକୁ ଲାଗିଥିଲା । ସେହି ସମୟରେ ଜେଲର କବାଟ ପିଟି ସଂଜୟ ବାହାରକୁ ବାହାରିବା ଲାଗି ସାହାଯ୍ୟ ମାଗୁଛନ୍ତି ମାତ୍ର କେହି ଶୁଣୁ ନାହାନ୍ତି ।

ସିବିଏଫସି ଏହି ସିନକୁ କାଟିବା ପାଇଁ କହିଛନ୍ତି । ସେନ୍ସର ବୋର୍ଡ ଅନୁସାରେ ଫିଲ୍ମରେ ହିରୋର ଅସହାୟ ସ୍ଥିତି ଦେଖାଇବା ବ୍ୟତୀତ ଏହି ସିନର ଆଉ କୌଣସି ଅନ୍ୟ ଅର୍ଥ ନଥିଲା । ମାତ୍ର ବୋର୍ଡ ଏହି ସିନକୁ କାଟିବା ଲାଗି ନିର୍ଦ୍ଧେଶ ଦେଇଛନ୍ତି ।
ରାଜକୁମାର ଏହି ମାମଲାରେ କହିଥିଲେ ଯେ ଏଭଳି ପରିସ୍ଥିତ ୧୯୯୩ରେ ହୋଇଥିଲା । ଯେତେବେଳେ ଅଧିକ ବର୍ଷା ହୋଇଥିଲା ସଂଜୟଙ୍କ ସେଲରେ ଟୟଲେଟ ଓଭର ଫ୍ଲୋ ହେବାକୁ ଲାଗିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More