Only for Entertainment

୫୦୦ରୁ ୪୯୯ ନମ୍ବର ରଖି ସିବିଏସଇ ବୋର୍ଡର ଦ୍ୱାଦଶ ପରୀକ୍ଷାରେ ଟପ୍ପର ହେଲେ ଗାଜିଆବାଦର ମେଘନା ଶ୍ରୀବାସ୍ତବ

ndtv
0 45

ପ୍ରକାଶ ପାଇଛି ସିବିଏସଇ ବୋର୍ଡର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଏଥର ୮୩ ଦଶମିକ ୦୧ ପ୍ରତିଶତ ପାସ୍ ହାର ରହିଛି । ଗାଜିଆବାଦର ମେଘନା ଶ୍ରୀବାସ୍ତବ ସିବିଏସଇ ଦ୍ୱାଦଶରେ ଟପ୍ କରିଛନ୍ତି । ୫୦୦ ରୁ ୪୯୯ ନମ୍ବର ରଖି ସାରା ଦେଶରେ ଟପ୍ପର ହୋଇଛନ୍ତି ମେଘନା । କଠିନ ପରିଶ୍ରମ କଲେ ସଫଳତା ନିଶ୍ଚୟ ମିଳିବ ବୋଲି ଟପ୍ପର କହିଛନ୍ତି । ଏଥର ମଧ୍ୟ ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ଭଲ କରିଛନ୍ତି । ନୋଏଡା ଓ ଗାଜିଆବାଦର ୫ ଜଣ ଛାତ୍ରଛାତ୍ରୀ ଟପ୍ ଟେନରେ ରହିଛନ୍ତି ।

meghna-srivastava

ସିବିଏସଇ ଦ୍ୱାଦଶରେ ଟପ୍ କରିଛନ୍ତି ଗାଜିଆବାଦର ମେଘନା ଶ୍ରୀବାସ୍ତବ । ୫୦୦ ମାର୍କରୁ ୪୯୯ ନମ୍ବର ରଖି ସମଗ୍ର ଦେଶରେ ସେ ଟପ୍ କରିଛନ୍ତି । ମେଘନାଙ୍କ ଏହି ସଫଳତାକୁ ନେଇ ପରିବାରରେ ଖୁସିର ମାହୋଲ । ସେପଟେ ସଫଳତାର ଶ୍ରେୟ ନିଜର ଶିକ୍ଷକ ଶିକ୍ଷୟତ୍ରୀ ଓ ବାପା ମାଙ୍କୁ ଦେଇଛନ୍ତି ମେଘନା । ତେବେ ଭଲ ମାର୍କ ରଖିବେ ବୋଲି ଆଶା କରିଥିଲେ ବି ଟପ୍ କରିବେ ବୋଲି ଭାବିନଥିଲେବୋଲି ମେଘନା କହିଛନ୍ତି । ତେବେ କଠିନ ପରିଶ୍ରମ କଲେ ସଫଳତା ନିଶ୍ଚୟ ମିଳିବ ବୋଲି ସେ କହିଛନ୍ତି ।


ମେଘନା ନୋଏଡାର ଷ୍ଟେପ ବାୟ ଷ୍ଟେପ ସ୍କୁଲର ଛାତ୍ରୀ । କେବଳ ଇଁରାଜୀ ବିଷୟରେ ମେଘନାଙ୍କ ୧ ନମ୍ବର କଟିଯାଇଥିବାରୁ ୫୦୦ ମାର୍କରୁ ୪୯୯ ସ୍କୋର କରିିଛନ୍ତି । ୟୁନିଭର୍ସିଟି ଅଫ୍ କୋଲମ୍ବିଆରେ ସାଇକ୍ଲୋଜିରେ ସେ ଆଗକୁ ପାଠ ପଢ଼ିବେ ବୋଲି ସେ କହିଛନ୍ତି । ପୂର୍ବରୁ ଉତରାଖଣ୍ଡର ୨ଟି ଗାଁରେ କମ୍ୟୁନିଷ୍ଟ ସର୍ଭିସରେ କାର୍ୟ୍ୟ କରି ବହୁ ଭଲ ଅନୁଭୂତି ମିଳିଥିଲା ।

meghna1

ତେଣୁ ଭବିଷ୍ୟତରେ କମ୍ୟୁନିଷ୍ଟ ସର୍ଭିସ କ୍ଷେତ୍ରରେ କିଛି କାମ କରିବାକୁ ଚାହାନ୍ତି ବୋଲି ମେଘନା କହିଛନ୍ତି । ସେପଟେ ପାଠ ପଢ଼ିବାକୁ ନେଇ ପରିବାର ପକ୍ଷରୁ ତାଙ୍କୁ କେବେ କୌଣସି ଚାପ ପକାଯାଇନାହିଁ । ସିବିଏସଇ ବୋର୍ଡରେ ୪୯୯ ନମ୍ବର ରଖି ଗାଜିଆବାଦର ମେଘନା ଶ୍ରବାସ୍ତବ ପ୍ରଥମରେ ରହିଥିବା ବେଳେ ୪୯୮ ମାର୍କ ରଖି ଅନୁଷ୍କା ଚନ୍ଦ୍ରା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ତୃତୀୟ ସ୍ଥାନରେ ୪୯୭ ମାର୍କ ରଖି ୭ଜଣ ଛାତ୍ରଛାତ୍ରୀ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More