ଚଳିତ ବର୍ଷ ବଲିଉଡ ଅଭିନେତ୍ରୀ ‘କରବା ଚୌଥ‘ ବ୍ରତ ବଡ ଧୁମଧାମରେ ପାଳନ କରିଛନ୍ତି । ଶିଳ୍ପା ସେଟ୍ଟୀ, ମୀର ରାଜପୂତ, ଅନୁଷ୍କା ଶର୍ମା ଙ୍କ ଠାରୁ ନେଇ ରବୀନା ଟଣ୍ଡନ ଏବଂ ନୀଲମ କୋଠାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ସ୍ୱାମୀଙ୍କ ହିତରେ ଏହି ବ୍ରତକୁ ଉତ୍ସାହର ସହ ପାଳନ କରିଛନ୍ତି । ଏହାସହ ବିଦେଶରେ ଦେଶୀ ଗର୍ଲ ନିଜ ସ୍ୱାମୀଙ୍କ ସହ ମଧ୍ୟ ନିଜ ପ୍ରଥମ କରବାଚୌଥ ବ୍ରତ ପାଳନ କରିଛନ୍ତି ।
ଚଳିତ ବର୍ଷ ଅନୀଲ କପୂର ଏବଂ ପତ୍ନୀ ସୂନୀତା କପୂର ନିଜ ଘରେ କରବାଚୌଥ ପାର୍ଟି ଆୟୋଜନ କରିଥିଲେ ଯେଉଁଥିରେ ରବୀନା, ଶିଳ୍ପା. ମୀରା, ପଦ୍ମିନୀ କୋହ୍ଲାପୁରୀ ଏବଂ ଭାବନା ପାଣ୍ଡେ ମଧ୍ୟ ସାମିଲ ରହିଥିଲେ । ଏମାନଙ୍କ ମଧ୍ୟ କେହି କେହି ନାଲି ରଂଗର ପୋଷାକକୁ ଫଲେ କରିଥିଲେ ତ କେହି କେହି ରଙ୍ଗବେରଙ୍ଗ ପୋଷାକ ପରିଧାନ କରିଥିଲେ । ଏଠାରେ ଦେଖନ୍ତୁ ଫଟୋ-
ଏହାମଧ୍ୟରେ ଆଉ କିଛି କଳାକାର ମଧ୍ୟ କରୱାଚୌଥର ଫଟୋ ଶେୟାର କରିଛନ୍ତି ।

l

ସେହିଭଳି ପ୍ରିୟଙ୍କା ଚୋପ୍ରା ମଧ୍ୟ ନିକ ଜୋନସଙ୍କ ସହ ପ୍ରଥମ କରୱାଚୌଥ ସେଲିବ୍ରେଟ କରିଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ବିଦେଶରେ ରହି ମଧ୍ୟ ନିଜ ରୀତିନୀତିକୁ ଭୂଲି ନାହାନ୍ତି ଦେଶୀ ଗର୍ଲ । ଯାହା ସମସ୍ତଙ୍କୁ ଖୁବ ପସନ୍ଦ ଆସିଛି ।
ସେହିଭଳି ଅନ୍ୟ ପଟେ ବିରାଟଙ୍କ କରୱାଚୌଥ ସେଲିବ୍ରେଶନର ଫଟୋ ଶେୟାର କରିଛନ୍ତି ଅନୁଷ୍କା । ଫଟୋରେ ଏହି ଯୋଡି ଖୁବ ସୁନ୍ଦର ଦେଖାଯାଉଥିବା ବେଳେ ଦର୍ଶକ ମଧ୍ୟ ଏହାକୁ ଖୁବ ପସନ୍ଦ କରିଛନ୍ତି ।
View this post on Instagram
My partner for lifetime & beyond and my fasting partner for the day 🥰 Happy karvachauth to all 🌝💜
ଏଠାରେ ଆମେ କହି ରଖୁଛୁ ଯେ ଏହା ଅନୁଷ୍କାଙ୍କ ଦ୍ୱିତୀୟ କରୱାଚୌଥ । ଯାହାକୁ ସେ ନିଆରା ଅନ୍ଦାଜରେ ସେଲିବ୍ରେଶନ କରିଛନ୍ତି । ଦୁହିଁଙ୍କ ଫଟୋ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।