Only for Entertainment

ଫିଲ୍ମ ‘ଗଲିବୟ’ ରିଲିଜ ହେବା ପୂର୍ବରୁ ସେନସର ବୋର୍ଡ ସିନରେ ମାରିଲେ କଇଁଚି, କିସିଂ ସିନରେ କଲେ ଏଭଳି ପରିବର୍ତ୍ତନ !

19

ବଲିଉଡ ଅଭିନେତା ରଣବୀର ସିଂ ଏବଂ ଆଲିୟା ଭଟ୍ଟଙ୍କ ଆଗାମୀ ଫିଲ୍ମ ‘ଗଲି ବୟ’ କିଛି ଦିନ ହେବ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ଫିଲ୍ମର ଗୀତ ଏବଂ ଟ୍ରେଲର ଲୋକଙ୍କୁ ଖୁବ ପସନ୍ଦ ଆସିଛି । ସେହିପରି ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି । ପିଲ୍ମରେ ସିବିଏଫସି ଗାଇଡ ଲାଇନ ମୁତାବକ ସିନରେ କିଛି ପରିବର୍ତ୍ତନ କରାଯାଇଛି, କାରଣ ଯଦି ଫିଲ୍ମକୁ ଯୁବା ପିଢି ଦେଖିବେ ଫିଲ୍ମର କିଛି ସିନରେ ସେମାନେ ଭ୍ରମିତ ହୋଇପାରନ୍ତି । ଯାହାକୁ ଅନୁମାନ କରି ସେନସର ବୋର୍ଡ ଫିଲ୍ମର କିଛି ସିନକୁ କାଟି ଦେଇଛନ୍ତି ।

ସେନସର ବୋର୍ଡ ଆଲିୟା ଏବଂ ରଣବୀରଙ୍କ ୧୩ସେକେଣ୍ଡର କିସିଂ ସିନକୁ କାଟି ଦେଇଛନ୍ତି । କେବଳ ସେତିକି ନୁହେଁ ଏହି ସିନକୁ ୱାଇଡର ସଟରେ ବଦଳା ଯାଇଛି । ଯାହାକୁ ଲୋକମାନେ ପାଖରୁ ଦେଖି ପାରିବେ ନାହିଁ । ଏହାବ୍ୟତୀତ ଫିଲ୍ମରେ ଆହୁରୀ ଅନେକ କଟ ମଧ୍ୟ ଲଗାଇ ଦିଆଯାଇଛି । ଫିଲ୍ମ ବ୍ରାଣ୍ଡରେ ରୟାଲ ଷ୍ଟାଗର ନାଁ ହଟାଇ ଦିଆଯାଇଛି । ଅସଲରେ ସେନସର ବୋର୍ଡ ସଦସ୍ୟ ଅନୁମାନ କରୁଛନ୍ତି ଯେ ଫିଲ୍ମରେ କୌଣସି ନିଶା ଦ୍ରବ୍ୟ ବିଜ୍ଞାପନ ହେବା ଉଚିତ ନୁହେଁ । ଏହାବ୍ୟତୀତ ଅପଶବ୍ଦକୁ ବିପରେ ଦେଖାଯିବ ।

ଏଠାରେ ଆମେ କହି ରଖୁଛୁ ଯେ ଆଗରୁ କୌଣସି ମାଦକ ପଦାର୍ଥର ନାଁ ବ୍ଲର କରି ଦିଆଯାଉଥିଲା । ଏଭଳି ପ୍ରଥମ ଥର ହେବାକୁ ଯାଉଛି ଯେ ବ୍ରାଣ୍ଡ ପାର୍ଟନରଙ୍କ ଠାରୁ କୌଣସି ମାଦକ ଦ୍ରବ୍ୟ କମ୍ପାନୀର ନାଁ ହଟାଇ ଦିଆଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More