Only for Entertainment

ଅଭିନେତ୍ରୀଙ୍କ ଗାଡ଼ି ଉପରେ ମଦୁଆଙ୍କ ଆକ୍ରମଣ, ଏଭଳି ସାହସ ଦେଖାଇଲେ……. ।

bollywood tadka
60

ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଲିଉଡ ଏବଂ ଟିଭି ତାରକାଙ୍କ ପର୍ଯ୍ୟନ୍ତ ସମସ୍ତେ ହୋଲିରେ ମତୁଆଲା ହେଲେ । ଚାରିଆଡେ ଖୁସିର ମାହୋଲ ଖେଳି ଯାଇଥିଲା । କିନ୍ତୁ ହିନ୍ଦୀ ମେଗା ଧାରାବାହିକ ବଡ଼େ ଅଛେ ଲଗତେ ହେଁର ଅଭିନେତ୍ରୀ ଚାହତ ଖନ୍ନାଙ୍କ ପାଇଁ ଏହି ହୋଲି ପର୍ବ ଖୁବ ଖରାପ ଥିଲା । ରିପୋର୍ଟ ଅନୁସାରେ ଚାହତ ଖନ୍ନାଙ୍କ କାର୍କୁ ୧୫ରୁ ୨୦ ଜଣ ମଦୁଆ ଆକ୍ରମଣ କଲେ ।

ୱେବସାଇଟ ସ୍ପଙ୍କବଏର ରିପୋର୍ଟ ଅନୁସାରେ ଚାହତଙ୍କଗାଡ଼ି ସଂଧ୍ୟା ପ୍ରାୟ ୭ଟାରେ ମୁମ୍ବାଇର ମଲାଡ ସ୍ଥିତ ଅଂଚଳରେ ଥିଲା । ଏହି ସମୟରେ ତାଙ୍କ କାର ଉପରେ ୧୦ରୁ ୧୫ଜଣ ମଦ୍ୟପ ଆକ୍ରମଣ କଲେ । ରିପୋର୍ଟ ଅନୁସାରେ ସେମାନେ ତାଙ୍କ କାର କାଚ ମଧ୍ୟ ଭାଙ୍ଗି ଦେଇଛନ୍ତି । ଏହା ସହିତ ଡ୍ରାଇଭର ସହିତ ମାରପିଟ ମଧ୍ୟ କଲେ । ଏହି ଘଟଣାରେ କେହି ମଧ୍ୟ ଚାହତଙ୍କୁ ସାହାଯ୍ୟ କରିବାକୁ ଆସି ନଥିଲେ । ଏହି ମଧ୍ୟରେ ଡ୍ରାଇଭରକୁ ରକ୍ଷା କରିବା ପାଇଁ ଚାହତ ମଦୁଆ ମାନଙ୍କୁ ଚପଲରେ ମାଡ଼ ମଧ୍ୟ ମାରିଲେ । ଏହା ପୂର୍ବରୁ ଚାହତ ପୋଲିସକୁ ଫୋନ ମଧ୍ୟ କରି ଦେଇଥିଲେ ।

କହିରଖୁଛଉଯେ ଏହା ପୂର୍ବରୁ ଚାହତ ତାଙ୍କ ପତିଙ୍କ ଠାରୁ ଛାଡ଼ପତ୍ର ନେଇ ଯାଇଥିଲେ । ତାଙ୍କ ଅଭିଯୋଗ ଥିଲାଯେ ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ସମୟରେ ମଧ୍ୟ ତାଙ୍କ ପତି ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ । ୨୦୦୬ରେ ବିବାହ କରି ୨୦୦୭ରେ ଛାଡ଼ପତ୍ର ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More