Only for Entertainment

ଆସନ୍ତୁ ଜାଣିବା ନବରାତ୍ରୀ ଦିନ କଣ ଖାଇବା ଶରୀର ପାଇଁ ଉତ୍ତମ ଅଟେ ।

71

୬ଅପ୍ରେଲରେ ନବରାତ୍ରୀ ଆରମ୍ଭ ହୋଇଥାଏ । ଅନେକ ଲୋକ ୯ଦିନ ପର୍ଯ୍ୟନ୍ତ ଉପବାସ କରନ୍ତି ଆଉ କିଛି ଲୋକ ପ୍ରଥମ ଦିନ ଏବଂ ଶେଷ ଦିନ ଉପବାସ କରିଥାଆନ୍ତି । ଉପବାସ ଦିନ ସେମିତି ବି ଫଳାହାର କିମ୍ବା ଶାବୁଦାନା ଭଳି ଜିନିଷ ଖିଆଯାଏ, କିନ୍ତୁ ଏହି ୯ଦିନ ଲୋକେ ଛଣାଛଣି ଆହାର ବ୍ରତ ପାଇଁ ଖାଇଥାଆନ୍ତି ।


ଡ୍ରାଏଫ୍ରୁଟ୍
ବ୍ରତ ସମୟରେ କାଜୁ, ବାଦାମ, କିଶମିଶ୍‌, ପିସ୍ତା, ଅଖରୋଟ, ମଖାନେ ଆଦି ଖାଇବା ଉଚିତ। ଏହାଦ୍ବାରା ଶରୀରକୁ ଶକ୍ତି ମିଳିଥାଏ। ଏହାବ୍ୟତୀତ ଡ୍ରାଏଫ୍ରୁଟ୍‌ ପଡ଼ିଥିବା ଖିରୀ ଖାଇବାକୁ ଲୋକେ ଅଧିକ ପସନ୍ଦ କରନ୍ତି। ସ୍ବାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ଏହା ବହୁତ ଲାଭଦାୟକ।



କ୍ଷୀର ବା ଦୁଗ୍ଧ ଜାତୀୟ ପଦାର୍ଥ
ବ୍ରତ ସମୟରେ କ୍ଷୀର ଓ କ୍ଷୀରରେ ତିଆରି ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। କ୍ଷୀରରେ କ୍ୟାଲ୍‌ସିୟମ୍‌ ଭରପୂର ମାତ୍ରାରେ ରହିଛି। କମ୍‌ ଖାଦ୍ୟ ଖାଇଲେ ମଧ୍ୟ କ୍ଷୀର ପିଇବା ଦ୍ବାରା ଅଧିକ ଶକ୍ତି ମିଳିଥାଏ। ସେହିପରି ଦହି ସେବନ କରିବା ଦ୍ବାରା ଏଥିରେ ଥିବା ବ୍ୟାକ୍ଟେରିଆ ତଥା ପୋଷକ ତତ୍ତ୍ବ ଶରୀର ପାଇଁ ଆଣ୍ଟିବ୍ୟାକ୍ଟେରିଆ ଭାବେ କାମ କରେ। ଏହାବ୍ୟତୀତ ପନୀର କଟଲେଟ୍‌ ମଧ୍ୟ ବ୍ରତ ସମୟରେ ଖାଇପାରିବେ। ଏଥିରୁ ଶରୀରକୁ ପ୍ରୋଟିନ୍‌ ଓ କ୍ୟାଲ୍‌ସିୟମର ଆବଶ୍ୟକତା ପୂରା ହୋଇପାରିବ।

ମିଠା
ନବରାତ୍ରିରେ ମିଠା ସେବନ ମଧ୍ୟ କରାଯାଏ। ବ୍ରତ ସମୟରେ ଆପଣ ମିଠା ଖାଇ ଅନେକ ମାତ୍ରାରେ ଭୋକ କମାଇପାରିବେ। ରାଶି କିମ୍ବା ନଡ଼ିଆ ଲଡ଼ୁ ଖାଇବା ଉପଯୁକ୍ତ ବିକଳ୍ପ ଅଟେ।

ଶାଗୁ
ନବରାତ୍ରି ବ୍ରତରେ ଅଧିକାଂଶ ଲୋକେ ଶାଗୁ ଖାଇଥାନ୍ତି। ଶାଗୁକୁ ଆପଣ ଭିନ୍ନ ଭିନ୍ନ ଭାବେ ଖାଇପାରିବେ। ଏଥିରେ ଆପଣ ବେକ୍‌ଡ କଟ୍‌ଲେଟ୍‌ ମଧ୍ୟ ତିଆରି କରିପାରିବେ। ଏହା ଓଜନ ବଢ଼ିବାକୁ ଦିଏ ନାହିଁ ଓ ଏଥିରୁ ପୋଷକତତ୍ତ୍ବ ମଧ୍ୟ ମିଳିଥାଏ।

ଚା
ବ୍ରତ ସମୟରେ ଭୋକ ଲାଗିବା ସ୍ବଭାବିକ କଥା। ଏପରିସ୍ଥଳେ ଚା’ ପିଇବା ଦ୍ବାରା ଭୋକ କମ୍‌ ହୋଇଥାଏ ଓ ଏନର୍ଜି ମଧ୍ୟ ଠିକ୍‌ ରହେ। ଚା’ ଆପଣଙ୍କୁ ସତେଜ ରଖିବା ସହ ରୋଗରୁ ରକ୍ଷା କରିଥାଏ। ବ୍ରତ ସମୟରେ ଗ୍ରୀନ୍‌ ଟି’ ସେବନ ମଧ୍ୟ ଲାଭଦାୟକ।

କୁଟ୍ଟୁ ଅଟା
କୁଟ୍ଟୁରେ ତିଆରି ଅଟାର ବ୍ୟବହାର ନବରାତ୍ରି ସମୟରେ ଅଧିକାଂଶ ଲୋକେ ସେବନ କରନ୍ତି। ଯେ କୌଣସି ତରକାରୀ ସହିତ କୁଟ୍ଟୁରେ ତିଆରି ପୁରି ଖାଇପାରିବେ। ଏହାକୁ ମଧ୍ୟାହ୍ନ ଭୋଜନରେ ଖାଇବା ଭଲ।

ଫଳ
ଉପବାସ କରିବା ସମୟରେ ନିଶ୍ଚିତ ଭାବେ ଫଳ ସେବନ କରନ୍ତୁ। ଆପଣଙ୍କୁ ଯେତିକି କ୍ୟାଲୋରୀର ଆବଶ୍ୟକତା ରହିଛି, ଏହା ଫଳ ଯୋଗାଇ ଦିଏ। ଏହାବ୍ୟତୀତ ଫଳରେ ନ୍ୟାଚୁରାଲ ସୁଗାର ରହିଛି, ଯାହାଦ୍ବାରା ଓଜନ ବଢ଼ିବାର ଚିନ୍ତା ରହିବ ନାହିଁ। ଫଳକୁ ଆପଣ ସାଲାଡ଼ କରି ମଧ୍ୟ ଖାଇପାରିବେ। ଏଥିସହିତ ମିକ୍ସଡ ଫ୍ରୁଟ୍‌ ଜୁସ୍‌ ମଧ୍ୟ ପିଇପାରିବେ। ଏହି ସମୟରେ ଫଳ ଜୁସ୍‌ ପିଇବା ଫଳରେ ଶରୀରକୁ ପାଣିର ଅଭାବ ରହିବ ନାହିଁ। ଫଳରେ ଡିହାଇଡ୍ରେସନ୍ ସମସ୍ୟାରୁ ମୁକ୍ତି ପାଇପାରିବେ।

 

ଆଳୁ
ନବରାତ୍ରି ବ୍ରତ ସମୟରେ ଖାଦ୍ୟ ପଦାର୍ଥ ମଧ୍ୟରେ ଆଳୁ ସେବନ କରିବାକୁ ଅଧିକ ପସନ୍ଦ କରାଯାଏ। ଆଳୁ ବହୁତ ଲାଭଦାୟକ ମଧ୍ୟ ହୋଇଥାଏ। ଆଳୁରେ ସବୁଠାରୁ ଅଧିକ ଷ୍ଟାର୍ଚ ମିଳିଥାଏ। ଆଳୁ ସିଝାଇ ଖାଇବା ଫଳରେ ଶରୀରର ଅତିରିକ୍ତ ଚର୍ବି ହ୍ରାସ ପାଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More