Only for Entertainment

ରିଲିଜ ହେଲା ସ୍ପୋର୍ଟସ-ଡ୍ରାମା ଫିଲ୍ମ ‘ଚାମ୍ପିଅନ’ର ଟ୍ରେଲର, ଦେଖିବାକୁ ମିଳିଲା ଅର୍ଚ୍ଚିତାଙ୍କ ଦମଦାର ଆକ୍ସନ

you tube
38

ଓଲିଉଡର ପ୍ରଥମ ସ୍ପୋର୍ଟସ୍ ଡ୍ରାମା ଫିଲ୍ମ ‘ଚାମ୍ପିଅନ’ର ପ୍ରଥମ ଟ୍ରେଲର୍ ମୁକ୍ତିଲାଭ କରିଛି । ଫିଲ୍ମରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ବକ୍ସର୍ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମରେ ବକ୍ସର୍ ହୋଇ ରିଙ୍ଗ ଭିତରେ ବକ୍ସିଂ କରିବାରେ ନଜର ଆସିବେ ଅର୍ଚ୍ଚିତା । ଏହି ଫିଲ୍ମରେ ବକ୍ସର୍ ଅନ୍ଦାଜକୁ ପରଦାରେ ସଠିକ୍ ଭାବେ ତୁଲାଇବା ପାଇଁ ଅଭିନେତ୍ରୀ ଅର୍ଚ୍ଚିତା କରିଛନ୍ତି ଢେର୍ ମେହନତ । ଫିଲ୍ମଟି ଏକ ମହିଳା କେନ୍ଦ୍ରିତ ସିନେମା ହେବାକୁ ଯାଉଛି ।

ଚାମ୍ପିଅନ୍ରେ ଅର୍ଚ୍ଚିତା ପ୍ରଥମ ଥର ପାଇଁ ଏଭଳି ଏକ ପ୍ରଭାବଶାଳୀ ଭୂମିକାରେ ନଜର ଆସିବେ । ସାଧାରାଣ ଗାଁର ଝିଅ, ପ୍ରଥମେ ନିଜ ଗାଁର ଚାଷୀଙ୍କ ହକ୍ ପାଇଁ ଲଢେ । ଆଉ ପରେ ସ୍ପୋର୍ଟସରେ କ୍ୟାରିୟର୍ କରିବା ପାଇଁ କରେ ଷ୍ଟ୍ରଗଲ୍ । ଯାହା ଦେଖିବାକୁ ମିଳିବ ଏହି ସିନେମାରେ । ଫିଲ୍ମରେ ଅର୍ଚ୍ଚିତାଙ୍କ ବିପକ୍ଷରେ ନାୟକ ଭାବେ ନଜର ଆସିବେ ଅଭିନେତା ସାନୁ । ଆଉ ଏହି ସିନେମାରେ ଅର୍ଚ୍ଚିତାଙ୍କ କୋଚ୍ ଭୂମିକାରେ ନଜର ଆସିବେ ଅଭିନେତା ମନୋଜ ମିଶ୍ର । ଫିଲ୍ମର ଟ୍ରେଲର ଅର୍ଚ୍ଚିତାଙ୍କୁ ଦମଦାର ଆକ୍ସନ ସିନରେ ଦେଖିବାକୁ ମିଳିଛି । ଡନଙ୍ଗ୍ୟୁ ଏଂଟରଟେନମେଂଟ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ଚାମ୍ପିଅନ୍ର ନିର୍ଦ୍ଦେଶନା ଦେଇଛନ୍ତି କେ. ମୂରଲୀକ୍ରିଷ୍ଣା ଏବଂ ଫିଲ୍ମର ପ୍ରଯୋଜନା କରିଛନ୍ତି ଏନ୍ ଗଙ୍ଗାଧର ଓ ଦୀପ୍ତି । ମାର୍ଚ୍ଚ ୮ରେ ପରଦାକୁ ଆସିବ ଚାମ୍ପିଅନ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More