Only for Entertainment

ଜୀବନକୁ ପରିବର୍ତ୍ତନ କରିଦେବ ଚାଣକ୍ୟଙ୍କର ଏହି କଥା , ଆଦୌ କଷ୍ଟ ନୁହେଁ ଥରେ ଚେଷ୍ଟା କରି ଦେଖନ୍ତୁ

clearias.com
0 48

ଶିକ୍ଷା ଦିକ୍ଷା ବଳରେ ସଂସାରରେ କେମିତି ଚଳିବାକୁ ହୁଏ ସେସବୁ ସଂପର୍କରେ ଆମେ ଅଳ୍ପ ବହୁତ ଜାଣୁ। ମାତ୍ର କିଛି କଥା ଅଛି ଯାହା ଆମେ ଜାଣିନାହାନ୍ତି। ସେ ଟିକି ନିକି କଥା ସଂପର୍କରେ ଅବଗତ ହୋଇଗଲେ ଜୀବନ ଆହୁରି ଶୃଙ୍ଖଳିତ ହୋଇଯିବ। ଚଳିବା ପାଇଁ ଆଉ ବିଶେଷ କୌଣସି ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିବ ନାହିଁ। ଅର୍ଥଶାସ୍ତ୍ର ରଚୟିତା ତଥା ଜଣେ ବିଜ୍ଞ ଭାବେ ବିଶ୍ୱ ପ୍ରସିଦ୍ଧ ବ୍ୟକ୍ତି ଚାଣକ୍ୟ ଯାହା ସବୁ କହିଯାଇଛନ୍ତି ଚାଲନ୍ତୁ ସେ ସଂପର୍କରେ କିଛି ଜାଣିବା।

ଚାଣକ୍ୟ କହିଛନ୍ତି ଯେ ନିଜଠାରୁ କମ୍‌ ଜାଣିଥିବା ବ୍ୟକ୍ତିଙ୍କ ସହ କେବେ ଯୁକ୍ତିତର୍କ କିମ୍ବା ବିବାଦ କରନ୍ତୁ ନାହିଁ। ଜଣେ ବିଜ୍ଞ ଲୋକ ସହ ଯୁକ୍ତି କଲେ ଅନେକ କିଛି ଶିଖିବାକୁ ମିଳେ। ମାତ୍ର ଜଣେ ମୁର୍ଖ ସହ ମୁହଁ ପକାଇଲେ ନିଜର ହିତାହିତ ଜ୍ଞାନ ହ୍ରାସ ପାଏ।

ନିଜର ଦୁର୍ବଳତା କାହାରିକୁ ବି ନ କହିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ସେ ଯେତେ ଘନିଷ୍ଠ ହୁଅନ୍ତୁ ପଛେ ନିଜ ଦୁର୍ବଳତା କହିବା ବୋକାମୀ।

ଆପଣଙ୍କର ମାତ୍ର ଗୋଟାଏ ଦୋଷ ଆପଣଙ୍କ ସବୁ ଭଲ ଗୁଣକୁ ନଷ୍ଟ କରିଦେଇପାରେ। କାଳେ ଆପଣଙ୍କ ଦ୍ୱାରା କିଛି ଦୋଷ ହୋଇଯିବ କି ସେଥିପ୍ରତି ସଜାଗ ରୁହନ୍ତୁ।

ଆପଣ ଯେତେ ବି ରୋଜଗାର କରନ୍ତୁ ପଛେ ମାତ୍ର ଖର୍ଚ୍ଚ କଲା ବେଳେ ଭାବି ଚିନ୍ତି ଖର୍ଚ୍ଚ କରନ୍ତୁ। ଆପଣଙ୍କ ଦ୍ୱାରା ଅଯଥାରେ ଟଙ୍କା ନଷ୍ଟ ହେଉନାହିଁ ତ? ଏକଥା ସବୁବେଳେ ମନରେ ରଖନ୍ତୁ।

ବଦ୍‌ନାମ ପ୍ରତି ଭୟ ରଖନ୍ତୁ। ବଦନାମକୁ ଭୟ ନକରୁଥିବା ବ୍ୟକ୍ତି ଅନେକ୍‌ ଭୁଲ୍‌ କରି ବସନ୍ତି। ବଦ୍‌ନାମ ପ୍ରତି ମନରେ ସମ୍ମାନ ରହିବା ଉଚିତ।

ଯେଉଁ କଥା ନିଜ କାନରେ ଶୁଣିନାହାନ୍ତି ବା ଆଖିରେ ଦେଖିନାହାନ୍ତି ଅନ୍ୟ କାହାଠାରୁ ଶୁଣି କେବେ ବି ବିଶ୍ୱାସ କରନ୍ତୁ ନାହିଁ।

ନିଜଠାରୁ ତଳ କିମ୍ବା ଉପର ସ୍ଥର ବ୍ୟକ୍ତିିଙ୍କ ସହ ବନ୍ଧୁତା କରନ୍ତୁ ନାହିଁ। ଏପରି କଲେ ଆପଣ ଅନେକ ସମୟରେ ଅପମାନିତ ହୋଇପାରନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More