Only for Entertainment

ଆଘାତ ଲାଗିବା ପରେ ପ୍ରଥମ ଥର ମିଡିଆ ସାମ୍ନାକୁ ଆସି କିଛି ଏଭଳି କହିଲେ ରାଖୀ !

amarujala
67

ଆଘାତ ଲାଗିବା ପରେ ଅଭିନେତ୍ରୀ ରାଖୀ ସାୱନ୍ତ ପ୍ରଥମ ଥର ମିଡିଆ ସାମ୍ନାକୁ ଆସି ନିଜ କଷ୍ଟ ଜାହିର କରିଛନ୍ତି । ସେଠାରୁ ଡିସ୍ଚାର୍ଯ ହୋଇ ରାଖୀ ମିଡିଆକୁ ସାମ୍ନା କରିଛନ୍ତି । ପଂଚକୁଲାରେ ଆୟୋଜିତ ରେସଲିଂ ଚାମ୍ପିଅନସିପରେ ରାଖୀ ସାୱନ୍ତ ଡାନ୍ସ କରିବା ଲାଗି ପହଂଚିଥିଲେ, ସେଠାରେ ପହଂଚି ସେ ମହିଳା ରେସଲରଙ୍କ ସହ ପଙ୍ଗା ନେଇଥିଲେ । ରେସଲର ରିଂ ଭିତରେ ରାଖୀକୁ ଖୁବ ପିଟିଲେ । ଅଂଟାରେ ଆଘାତ ଲାଗିବା କାରଣରୁ ରାଖୀଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା ।

ରାଖୀ ସାମ୍ବାଦିକଙ୍କ ସହ କଥା ହୋଇ ଏକ ଭିିଡିଓ ଟ୍ୱିଟରରେ ଅପଲୋଡ କରିଛନ୍ତି । ହ୍ୱିଲ ଚେୟାରରେ ବସି କ୍ୟାମେରା ସାମ୍ନାରେ କଥା ହେଉଥିବା ବେଳେ ଖୁବ କାନ୍ଦିଥିଲେ ରାଖୀ । ସେ କହିଥିଲେ ଏହା କୌଣସି ପବ୍ଲିସିଟି ଷ୍ଟଂଟ ନୁହେଁ, ଯଦି ସେ ମରିଯିବେ ଲୋକଙ୍କୁ ଲାଗିବ ଯେ ଏହା ପବ୍ଲିସିଟି ଷ୍ଟଂଟ ।

ହୋଟେଲ ବେଡରେ ଶୋଇ ରାଖୀ ଖଲିଙ୍କୁ କହୁଥିଲେ ଯେ ତାଙ୍କ ମାଡର ପ୍ରତିଶୋଧ ନେବା ଲାଗି ଏବଂ ଏହାପରେ କହିଥିଲେ ଯେ ତାଙ୍କୁ ବିଦେଶୀ ମହିଳାଙ୍କୁ ଦେଖି ଏବେ ଭୟ ଲାଗୁଛି । ଏହାସହ ରାଖୀ କହିଥିଲେ ଯେ ତାଙ୍କୁ ସେଠାରେ ଆଉ ରହିବାକୁ ଇଚ୍ଛା ନାହିଁ ଏବଂ ସେ ତାଙ୍କ ମା’ଙ୍କ ପାଖକୁ ଯିବାକୁ ଚାହାନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ରାଖୀଙ୍କ ଶରୀର ବିଷୟରେ ପଚାରିବା ଲାଗି ଖଲି ସେଠାକୁ ଆସିଥିଲେ ଏବଂ ସେଠାରେ ଡାକ୍ତରଙ୍କ ସହ କଥା ହୋଇ ସମସ୍ତ ବିଷୟରେ ପଚାରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More