Only for Entertainment

ସପନାଙ୍କ ନୂଆ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଲଗାଇଲେ ନିଆଁ , ଦେଖନ୍ତୁ ।

amarujala
0 61

ସପନା ଚୌଧୁରୀଙ୍କର ଏକ ନୁଆ ଡ୍ୟାନ୍ସ ଭିଡିଓ ଆସିଛି, ଯାହା ସୋସିଆଲ ମିଡିଆରେ ଧମାଲ ମଚାଇଛି । ଆପଣ ଦେଖିବେ ଆଖି ଖୋଷି ହୋଇଯିବ । ଯେବେ ଠାରୁ ସପନା ବିବାଦୀୟ ସୋ’ ବିଗବସରୁ ଫେରିଛନ୍ତି ତାଙ୍କର ପପୁଲାରିଟି ବଢିବାରେ ଲାଗିଛି । ତାଙ୍କର ଭିଡିଓ ଏବଂ ଫଟୋ ଇଂଟରନେଟରେ ଭାଇରାଲ ହେବାରେ ଲାଗିଛି । ଦର୍ଶକ ସପନାଙ୍କ ଡ୍ୟାନ୍ସର ଏଭଳି ଦିୱାନା ଗଲେଣି ଯେ ,ତାଙ୍କର ଗୋଟିଏ ଝଲକ ପାଇଁ ପାଗଳ ହୋଇଯାଉଛନ୍ତି । ସାରାଦେଶରେ ସପନାଙ୍କ ସୋ’ ହେବାରେ ଲାଗିଲାଣି, ଯେଉଁଥିରେ ହଜାର ହଜାର ସଂଖ୍ୟାର ପ୍ରଶଂସକ ମେଳି ହୁଅନ୍ତି ।

କେବଳ ଏତିକି ନୁହେଁ, ସପନା ଫିଲ୍ମରେ ମଧ୍ୟ ନଜର ଆସିବାକୁ ଲାଗିଲେଣି । କିଛି ଦିନ ତଳେ ଅନେକ ଫିଲ୍ମରେ ସେ ଆଇଟମ ସଂଗ କରିଛନ୍ତି । ଏହବ୍ୟତୀତ ସପନାଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେଉଥାଏ, ଯାହା ଭାଇରାଲ ହୋଇଯାଏ ।

ବିଗବସରୁ ବାହାରିଲା ପରେ ସପନାଙ୍କର ମେକଓଭର ମଧ୍ୟ କରାଯାଇଛି । ସପନା ଏବେ ଦେଶୀ ଲୁକ ଛାଡି ଗ୍ଲାମରସ ଅନ୍ଦାଜରେ ନଜର ଆସୁଛନ୍ତି । ଅନେକ ସମୟରେ ସଲବାର କୁର୍ତ୍ତାରେ ନଜର ଆସୁଥିବା ସପନା ଏବେ ଟ୍ରେଣ୍ଡି ଡ୍ରେସ ଏବଂ ଗାଉନରେ ନଜର ଆସୁଛନ୍ତି ।

ଭାଇରାଲ ହେଉଥିବା ଡ୍ୟାନ୍ସ ଭିଡିଓରେ ମଧ୍ୟ ସପନା ଇଣ୍ଡୋ ୱେଷ୍ଟର୍ନ ଡ୍ରେସରେ ନଜର ଆସିଛନ୍ତି । ଏହାଛଡା ପୂର୍ବରୁ ସେ ଏବେ ଅଧିକ ଫିଟ ଦିଶୁଛନ୍ତି । ବିଗବସ ହାଉସରୁ ବାହାରି ସେ ନିଜର ଓଜନ ମଧ୍ୟ ଘଟାଇଛନ୍ତି, ଏବେ ପୂର୍ବଠାରୁ ଅଧିକ ସ୍ଲିମ ଦିଶୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More