Only for Entertainment

ଇସ୍ରୋ ଜାରି କଲା ନୂଆ ତାରିଖ, ଏହି ଦିନ ଲଂଚ ହେବ ଚନ୍ଦ୍ରାୟାନ-୨ ।

punjabkesari
26

ଭାରତର ଚନ୍ଦ୍ରମାକୁ ନେଇ ଦ୍ୱିତୀୟ ପ୍ରକ୍ଷେପଣ ହେବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ଯାନ୍ତ୍ରିକ ତୃଟି ଯୋଗୁଁ ଏହାର ତାରିଖକୁ ଘୁଂଚାଇ ୧୫ ତାରିଖକୁ ଧାର୍ଯ୍ୟ ହୋଇଥିଲା, କିନ୍ତୁ ଏବେ ପୁଣିଥରେ ଏହାର ତାରିଖକୁ ଘୁଂଚାଇ ୨୨ ଜୁଲାଇକୁ ଧାର୍ଯ୍ୟ କରାଯାଇଛି । ଏହା ୨୨ ତାରିଖ ଦ୍ୱିପ୍ରହର ୨ ଘଂଟା ୪୩ ମିନିଟରେ ଲଂଚ କରାଯିବ ।

ଚନ୍ଦ୍ରାୟାନ ପ୍ରକ୍ଷେପଣ ପାଇଁ ଜିଏସଏଲବି-ଏମକେ ୩ ଯାନ ବ୍ୟବହାର କରାଯାଉଛି । ଏହା ଦୁନିଆର ପ୍ରଥମ ମିଶନ ଯେଉଁଥିରେ ଲ୍ୟାଣ୍ଡର ଚନ୍ଦ୍ରମାର ଦକ୍ଷିଣ ଧ୍ରୁବରେ ଓହ୍ଲାଇବ । ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚନ୍ଦ୍ରରେ ପାଣିର ଅବସ୍ଥିତିକୁ ନେଇ ଅନୁମାନ ଲଗାଇବା । ସେଠାର ମାଟି, ସେଥିରେ ଥିବା ଖଣିଜ ଏବଂ ରସାୟନ ତଥା ସେମାନଙ୍କ ବିତରଣ ଏବଂ ଅଧ୍ୟୟନ କରାଯିବ । କହିରଖୁଛୁ ଚନ୍ଦ୍ରୟାନ ୧ରେ କରାଯାଇଥିବା ପରୀକ୍ଷଣ ଅନୁସାରେ ଚନ୍ଦ୍ରରେ ଜଳ ଥିବା ସୂଚନା ମିଳିଥିଲା । ଏହି ଚନ୍ଦ୍ରାୟନ ୨ରେ ଭିନ୍ନ ଭିନ୍ନ ପ୍ରକାରର କ୍ୟାମେରା, ସ୍ପେକ୍ଟ୍ରୋମିଟର, ରଡ଼ାର ଏବଂ ପ୍ରୋବ ଆଦି ଲଗାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More