Only for Entertainment

ଡିସେମ୍ବର ୬ରେ ଚନ୍ଦ୍ରରେ ତ୍ରୀରଙ୍ଗା ଉଡ଼ାଇବ ଭାରତ ।

punjabkesari
48

ଚନ୍ଦ୍ରରେ ଭାରତର ବହୁ ପ୍ରତିକ୍ଷୀତ ଦ୍ୱିତୀୟ ମିଶନ ଚନ୍ଦ୍ରାୟାନ ଟୁ ପ୍ରକ୍ଷେପଣ ପାଇଁ ୯ରୁ ୧୬ ଜୁଲାଇ ମଧ୍ୟରେ ସମୟ ଧାର୍ଯ୍ୟ କରାଯାଇଛି । ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ ଇସ୍ରୋ ବୁଧବାରକୁ ଏହି ସୂଚନା ଦେଇଛି । ଏହା ୬ ଡିସେମ୍ବରକୁ ଚନ୍ଦ୍ରରେ ପହଂଚି ଯିବେ ବୋଲି ଆଶା କରାଯାଉଛି ।


ଚନ୍ଦ୍ରାୟନ ଟୁ’ରେ ତିନୋଟି ମଡ୍ୟୁଲ ରହିଛି । ଅର୍ବିଟାଲ ମଡ୍ୟୁଲ ଚନ୍ଦ୍ରମା କକ୍ଷରେ ଘୂରିବ । ଲ୍ୟାଣ୍ଡର ମଡ୍ୟୁଲ ଚନ୍ଦ୍ରରେ ଓହ୍ଲାଇବ । ଏହାକୁ ବିକ୍ରମ ନାମ ଦିଆଯାଇଛି । ତୃତୀୟ ମଡ୍ୟୁଲ ପ୍ରଜ୍ଞାନ ନମୁନା ସଂଗ୍ରହ କରିବ । ପ୍ରକ୍ଷେପଣ ପରେ ପ୍ରଥମ ଏହାକୁ ପୃଥିବୀ କକ୍ଷରେ ସ୍ଥାପନ କରାଯିବ । ପରେ ପୂର୍ବରୁ ପ୍ରସ୍ତୁତ ହୋଇଥବା କାର୍ଯ୍ୟକ୍ରମ ଅନୁସାରେ କକ୍ଷରେ ପରିବର୍ତ୍ତନ କରି ଏହାକୁ ଚନ୍ଦ୍ରମା କକ୍ଷରେ ସ୍ଥାପନ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More