Only for Entertainment

ସଫଳତାର ସହିତ ଲଂଚ ହେଲା ‘ଚନ୍ଦ୍ରଯାନ ୨’, ଦେଶର ଏହି ଐତିହାସିକ ସମୟକୁ ଦେଖି ଖୁସିରେ ଝୁମି ଉଠିଲା ବଲିଉଡ

latestly
104

ଭାରତ ମହାକାଶରେ ଆଉ ଏକ ଇତିହାସ ରଚନା କରିଛି । ଆଜି ଦିନ ୨ଟା ୪୩ ମିନିଟରେ ‘ଚନ୍ଦଯାନ ୨’କୁ ଲଂଚ କରାଯାଇଛି । ଏହା ପୂରା ଦେଶ ପାଇଁ ଏକ ଗର୍ବର ବିଷୟ । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରିଟି ମଧ୍ୟ ଇସ୍ରୋର ଏହି ସଫଳତାକୁ ନେଇ ଗର୍ବ ଅନୁଭବ କରୁଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, ‘ଚନ୍ଦ୍ରଯାନ ୨’କୁ ପ୍ରଥମେ ୧୫ ଜୁଲାଇରେ ଲଂଚ କରିବାରଥିଲା । କିନ୍ତୁ ଲଞ୍ଚିଂର ୫୬ ମିନିଟ ପୂର୍ବରୁ ଇଂଜିନରେ ଲିକେଜ ଥିବାରୁ ଏହାକୁ ସ୍ଥଗିତ କରାଯାଇଥିଲା । କିନ୍ତୁ ‘ଚନ୍ଦ୍ରଯାନ ୨’ GSLV-Mk III ର ସଫଳ ପୂର୍ବକ ଲଂଚ ହେବା ପରେ ବଲିଉଡ ସେଲିବ୍ରିଟି ନିଜ ଖୁସିକୁ ସୋସିଆଲ ମିଡିଆ ଜରିଆରେ ପ୍ରକାଶ କରିଛନ୍ତି ।

ଦେଖନ୍ତୁ ଟ୍ୱିଟ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More