Only for Entertainment

ଫଟା ଜିନ୍ସ ପିନ୍ଧୁଥିଲେ ହୋଇପାରନ୍ତି ଦରିଦ୍ର

youtube
0 44

କୁହାଯାଏ ବ୍ୟକ୍ତିର ପରିଚୟ ତା’ର ବସ୍ତ୍ରରୁ ହୋଇଥାଏ । ବସ୍ତ୍ର ଶରୀରକୁ ଘୋଡ଼ାଇବା ପାଇଁ ହୋଇଥାଏ । ଏହା ବ୍ୟକ୍ତିର ବ୍ୟକ୍ତିତ୍ୱ,ବ୍ୟବସାୟ, ଚରିତ୍ର,ବ୍ୟବହାର ଏବଂ ଆତ୍ମବିଶ୍ୱାସକୁ ଦର୍ଶାଇଥାଏ । କୌଣସି ବ୍ୟକ୍ତିକୁ ତାହାର ବସ୍ତ୍ର,ରଙ୍ଗ ଏବଂ ଗୁଣକୁ ନେଇ ଚିହ୍ନି ହୋଇଥାଏ । ଭାରତୀୟ ସଂସ୍କୃତି ଉପରେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବ ପଡ଼ିବା ଫଳରେ ଆଜିକାଲି ଫଟା ବସ୍ତ୍ର ଯେପରିି ଜିନ୍ସ ଏବଂ ଟପ ଆଦି ପିନ୍ଧିବା ଯୁବ ସମାଜ ପାଇଁ ଲୋକପ୍ରିୟ ହୋଇଗଲାଣି । କିନ୍ତୁ ଏଭଳି ବସ୍ତ୍ର ପିନ୍ଧିବା ଆମ ସଂସ୍କୃତି ପାଇଁ ଆଦୌ ଶୁଭଦାୟକ ନୁହେଁ । କାରଣ ଏଭଳି ବସ୍ତ୍ର ପରିଧାନ କରିବା ଦ୍ୱାରା ଶୁକ୍ର ଗ୍ରହର ପ୍ରଭାବ ପଡ଼ିଥାଏ ବୋଲି ବିଶ୍ୱାସ କରାଯାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଫଟା କପଡ଼ା ପିନ୍ଧିବା ଦ୍ୱାରା ଶାରୀରିକ କ୍ଷମତା ଏବଂ ଶକ୍ତି ନଷ୍ଟ ହୋଇଥାଏ । ଏହା ଦ୍ୱାରା କେତେକ ରୋଗ ମଧ୍ୟ ଜାତ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ରଙ୍କୁ ପ୍ରେମ,ରୋମାନ୍ସ ଓ ମଧୁରତା ଜୀବନ ପାଇଁ ଉତ୍ତରଦାୟୀ ଗ୍ରହ ବୋଲି କୁହାଯାଏ । ଏହା ବ୍ୟତୀତ ଭୋଗ,ବିଳାସ ଏବଂ ଗୁଣବତ୍ତର କାର୍ଯ୍ୟ ମଧ୍ୟ ଶୁକ୍ରଙ୍କ ହାତରେ ରହିଥାଏ ବୋଲି କୁହାଯାଏ । ଫେଙ୍ଗସୁଇରେ ମଧ୍ୟ ଫଟା ବସ୍ତ୍ର ପରିଧାନକୁ ଭୁଲ ବୋଲି କୁହାଯାଇଛି ।

ଫେଙ୍ଗସୁଇ ଅନୁସାରେ ଫଟା ଓ ପୁରୁଣା ବସ୍ତ୍ର ଆମ ପାଇଁ ଖରାପ ସଂଯୋଗ ଆଣିଥାଏ । ଏହା ଦ୍ୱାରା ଦରିଦ୍ରତା ବଢିଥାଏ । ତେଣୁ ଏହାକୁ ଘରେ ହେଉ କିମ୍ବା ବାହାରେ ପିନ୍ଧିବାକୁ ନିଷେଧ କରାଯାଇଛି । ତେବେ ବୁଧବାର,ବୃହସ୍ପତ୍ତିବାର ଏବଂ ଶୁକ୍ରବାରକୁ ନୂଆ ବସ୍ତ୍ର ପରିଧାନ କରିବା ଉଚିତ । ଶନିବାରକୁ ନୂଆ ବସ୍ତ୍ର ପରିଧାନ କରିବା ଅନୁଚିତ ଏବଂ ରାତିରେ ଶୁଖାଯାଇଥିବା ବସ୍ତ୍ରକୁ ବାହାରେ ଛାଡ଼ିବା ଅନୁଚିତ । କାରଣ ଏହି ସମୟରେ ନକରାତ୍ମକ ଶକ୍ତି ବୁଲୁଥାନ୍ତି । ଯଦି ରାତିରେ ବସ୍ତ୍ର ବାହାରେ ଶୁଖା ଯାଇଥାଏ ତେବେ ନକାରାତ୍ମକ ଶକ୍ତି ସେହି ପୋଷାକ ମାଧ୍ୟମରେ ଘର ଭିତରକୁ ପ୍ରବେଶ କରିଥାଏ । ଯେତେବେଳେ ଏହି କପଡ଼ାକୁ ଆମେ ପିନ୍ଧିଥାଉ ତେବେ ତାହାର ପ୍ରଭାବ ଆମ ଉପରେ ପଡ଼ିଥାଏ । ତେଣୁ ଦିନ ଅନୁସାରେ ଭିନ୍ନ ଭିନ୍ନ ବସ୍ତ୍ର ପରିଧାନ କରିବା ଉଚିତ । ଯାହା ଦ୍ୱାରା ସକରାତ୍ମକ ପ୍ରଭାବ ପଡ଼ିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More