Only for Entertainment

ନିର୍ମାଣ ହେବ ଚାର୍ଲି ଚାପଲିନଙ୍କ ବାୟୋପିକ, ଦିନେ କବରରୁ ଚୋରି ହୋଇ ଯାଇଥିଲା ଶବ

amarujala
51

ଚାର୍ଲି ଚାପଲିନ ଜଣେ ଏଭଳି ବ୍ୟକ୍ତିତ୍ୱ ତାଙ୍କୁ ମନେ ପକାଇବା କୌଣସି ଆବଶ୍ୟକତା ନାହିଁ, କାରଣ ସେ ସବୁବେଳେ ସମସ୍ତଙ୍କ ହୃଦୟରେ ଜୀବିତ । ଯଦି କେବେ ମନେ ପଡ଼ନ୍ତି, ତେବେ ମନେ ପଡ଼େ ସେହି ଖାସ କଥାଯେ ଦିନ ଥିଲା ଯେତେବେଳେ ସେ ତାଙ୍କର ସାରା ଜୀବନ ଅନ୍ୟକୁ ହସାଇବାରେ ବିତାଇ ଦେଇଥିଲେ ।  ଏବେ ତାଙ୍କ ନାତୁଣୀ କାର୍‌ମେନ୍‌ ଚାର୍ଲିଙ୍କ ଜୀବନକୁ ନେଇ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି । ଫିଲ୍ମର ନାଁ ରହିଛି ଚାର୍ଲି ଚାପ୍‌ଲିନ୍‌ : ଏ ମ୍ୟାନ୍‌ ଅଫ୍‌ ଦ ଓ୍ଵାର୍ଲଡ୍‌ । ଫିଲ୍ମଟି ଆସନ୍ତା ବର୍ଷ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି ।

 

ଚାର୍ଲି ଚାପ୍‌ଲିନ୍‌ ପ୍ରଥମ ଅଭିନେତା ଥିଲେ, ଯାହାଙ୍କ ଫଟୋ ଟାଇମ୍‌ ପତ୍ରିକାର କଭର ପେଜ୍‌ରେ ସ୍ଥାନ ପାଇଥିଲା । ତାଙ୍କର ଜନ୍ମ ଅପ୍ରେଲ ୧୬, ୧୮୮୯ରେ ଲଣ୍ଡନରେ ହୋଇଥିବା ବେଳେ ତାଙ୍କର ମୃତ୍ୟୁ ୮୮ବର୍ଷ ବୟସରେ ୧୯୭୭ ଖ୍ରୀଷ୍ଟମାସ ଦିନ ହୋଇଥିଲା । ତାଙ୍କ ଶବକୁ କବର ଦିଆଯାଇଥିବା ବେଳେ ୩ ମାସ ପରେ ତାଙ୍କ ଶବ ହଠାତ୍‌ କୁଆଡ଼େ ଉଭାନ ହୋଇ ଯାଇଥିଲା।  କିଛି ଦିନ ପରେ ଚାର୍ଲି ଚାପ୍‌ଲିନ୍‌ଙ୍କ ପରିବାରଠାରୁ ଟଙ୍କା ହଡ଼ପ କରିବା ପାଇଁ ଚୋରମାନେ ଏଭଳି କରିଥିଲେ ବୋଲି ସାମ୍ନାକୁ ଆସିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More