Only for Entertainment

ସାମ୍ନାକୁ ଆସିଲା ରଣବୀର-ଦୀପିକାଙ୍କ ଆଡ୍ ଫିଲ୍ମର ପ୍ରଥମ ଝଲକ, କଫି ପିଉଥିବାର ଆସିଲେ ନଜର

theweek
39

କିଛି ଦିନ ପୂର୍ବେ ଖବର ଶୁଣିବାକୁ ମିଳିଥିଲା ଯେ, ଦୀପିକା ପାଦୁକୋନ ଏବଂ ତାଙ୍କର ଏକ୍ସ ବୟଫ୍ରେଣ୍ଡ ରଣବୀର କପୁର ଖୁବ ଶୀଘ୍ର ଏକ ପ୍ରୋଜେକ୍ଟ ପାଇଁ ହାତ ମିଳାଇ ପାରନ୍ତି । ରିପୋର୍ଟ ଅନୁସାରେ ଦୁହେଁ ଏକ ଆଡ ଫିଲ୍ମ ଜରିଆରେ ସ୍କ୍ରିନ ସେୟୟାର କରିବାକୁ ଯାଉଛନ୍ତି । ବବାହ ପରେ ଦୀପିକା ପ୍ରଥମ ଥର ପାଇଁ ଏକ୍ସ ବୟଫ୍ରେଣ୍ଡ ରଣବୀ ର କପୁରଙ୍କ ସହିତ ସ୍କ୍ରିନ ସେୟାର କରିବେ ।

ଏହି ଆଡ୍ ଫିଲ୍ମକୁ ନେଇ ଅନେକ ରିପୋର୍ଟ ସାମ୍ନାକୁ ଆସିଥିଲେ ମଧ୍ୟ ଏବେ ଏହାର ପ୍ରଥମ ଝଲକ ସାମ୍ନାକୁ ଆସିଛି । ଏହି ଆଡ ଫିଲ୍ମ ଖୁବ ଶୀଘ୍ର ଲଂଚ ହେବ ବୋଲି ମଧ୍ୟ ଶୁୂଣିବାକୁ ମିଳିଛି ।

ଏହି ଆଡ୍ ଫିଲ୍ମର ଦୁଇଟି ଫଟୋ ସାମ୍ନାକୁ ଆସିଛି । ପ୍ରଥମ ଫଟୋରେ ରଣବୀର କପୁର ଏବଂ ଦୀପିକା ପାଦୁକୋନ ପରସ୍ପରକୁ ଦେଖୁଥିବା ନଜର ଆସିଛନ୍ତି । ସେହିପରି ଅନ୍ୟ ଏକ ଫଟୋରେ ଦୁହେଁ ସୋଫାରେ ବସି କଫି ପିଉଥିବାର ଦେଖିବାକୁ ମିଳିଛି ।

ଦୀପିକାଙ୍କ ଆଗାମୀ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ମେଘନା ଗୁଲଜାରଙ୍କ ଫିଲ୍ମ ଛପାକରେ ନଜର ଆସିବେ । ଫିଲ୍ମରେ ଦୀପିକାଙ୍କ ଅପୋଜିଟରେ ବିକ୍ରାନ୍ତ ମେସୀ ନଜର ଆସିବେ । ସେହିପରି ରଣବୀର କପୁର କଥିତ ଗର୍ଲଫ୍ରେଣ୍ଡ ଆଲିଆଙ୍କ ସହିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ । ଫିଲ୍ମରେ ଦୁହିଁଙ୍କ ବ୍ୟତିତ ଅଭିତାଭ ବଚ୍ଚନ ଏବଂ ମୌନୀ ରୟ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More