Only for Entertainment

ନଜର ପକାନ୍ତୁ କ୍ୟାଟ୍ରିନା କୈଫଙ୍କ ବୋଲ୍ଡ ଅବତାର ଉପରେ ।ପୂର୍ବରୁ କେବେ ମଧ୍ୟ ଦେଖିନଥିବେ ।

ANI
28

ମେରେ ନାମ ତୁ ଏବଂ ଇସକବାଜି ପରେ ହୁସନ ପରଚାମରେ କ୍ୟାଟ୍ରିନା କୈଫଙ୍କ କିଲର ଡ୍ୟାନ୍ସ ମୁଭ୍ସରେ ଆପଣଙ୍କ ହୃଦୟ ଚୋରାଇବାକୁ ପ୍ରସ୍ତୁତି ହୋଇଛନ୍ତି ନିର୍ମାତା ।ବୁଧବାରକୁ ରିଲିଜ ହେବାକୁ ଥିବା ଗୀତର ଏକ ଝଲକ ଦେଖିବାକୁ ମିଳିଛି କ୍ୟାଟ୍ରିନାଙ୍କ ଏକ ଫଟୋରେ । ବବିତା ଚରିତ୍ରରେ ନଜର ଆସିବେ କ୍ୟାଟ୍ରିନା ।

 

୩୫ ବର୍ଷୀୟା ଏହି ଅଭିନେତ୍ରୀ ତାଙ୍କ ଅଫିସିଆଲ ଇଂଷ୍ଟାଗ୍ରାମ ଆକାଉଂଟରେ ଏକ ଫଟୋ ପୋଷ୍ଟ କରିଛନ୍ତି ।ଏହା ସହିତ କ୍ୟାପ୍ସନରେ ଗୀତର ଟାଇଟଲକୁ ମଧ୍ୟ ଲେଖିଛନ୍ତି ।ପ୍ରଥମ ଥର ପାଇଁ ପରଦାରେ କେଶକୁ କର୍ଲ କରିଥିବାର ନଜର ଆସିଛନ୍ତି କ୍ୟାଟ୍ରିନା ।ହୁସନ ପରଚାମ କ୍ୟାଟ୍ରିନାଙ୍କ ଏବର୍ଷର ଦ୍ୱିତୀୟ ଡ୍ୟାନ୍ସ ନମ୍ବର ।ଏହା ପୂର୍ବରୁ ସେ ଠଗ୍ସ ଅଫ ହିନ୍ଦୋସ୍ତାନରେ ସୁରୈୟାରେ ଡ୍ୟାନ୍ସ ନମ୍ବରରେ ନଜର ଆସିଥିଲେ ।ସେମାବାରକୁ ଏହି ଗୀତର ଟିଜର ରିଲିଜ ହୋଇଛି ।
ଫିଲ୍ମ ଜିରୋରେ ଶାହାରୁଖ ଖାନ ବବୁଆ ସିଂ ନାମକ ଜଣେ ବାମନ ଚରିତ୍ରରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More