Only for Entertainment

୨୦୧୯ର ସ୍ୱାତନ୍ତ୍ରତା ଦିବସରେ ପୁଣି ଥରେ ଧମାକା କରିବାକୁ ଆସୁଛନ୍ତି ଅଭିନେତା ଜନ୍ , ଦେଖିବାକୁ ମିଳିଲା ଅପକମିଂ ଫିଲ୍ମର ପୋଷ୍ଟର !

gqindia
0 38

୨୦୧୮ରେ ପରମାଣୁ ଏବଂ ସତ୍ୟମେବ ଜୟତେରେ ଧମାଲ ମଚାଇବା ପରେ ଏବେ ଜନ ଅବ୍ରାହମ ୨୦୧୯ ପାଇଁ ଅଂଟା ଭିଡି ସାରିଲେଣି । ବିଗତ ଦିନ ଖବର ସାମ୍ନାକୁ ଆସିଥିଲା ଯେ ଜନ ନିଜର ନୂଆ ଫିଲ୍ମ ‘ର’ସୁଟିଂ ପାଇଁ ସତ୍ୟମେବ ଜୟତେର ରିଲିଜ ପରେ ତୁରନ୍ତ କଶ୍ମୀର ପଳେଇଥିଲେ ନିଜର ଆଗାମୀ ଫିଲ୍ମ ସୁଟ ପାଇଁ । ଏବେ ଏହାର ଫାଷ୍ଟ ଲୁକ ଏବଂ ରିଲିଜ ଡେଟ ସାମ୍ନାକୁ ଆସିଛି ।

କିଛି ସମୟ ପୂର୍ବରୁ ଜନ ଅବ୍ରାହମ ନିଜ ଟ୍ୱିଟର ଅକାଉଂଟରେ ଟ୍ୱିଟ କରି ଏହି ବିଷୟରେ ଜଣାଇଛନ୍ତି । ଆସନ୍ତା ବର୍ଷ ୨୦୧୯ର ସ୍ୱାତନ୍ତ୍ରତା ଦିବସରେ ନିଜର ନୂଆ ଫିଲ୍ମ ନେଇ ପରଦାକୁ ଫେରିବେ ଜନ୍ ।

ଟ୍ୱିଟରେ ଜନ ଫିଲ୍ମର ନାଁ କହି ନାହାନ୍ତି । ମାତ୍ର ପୋଷ୍ଟର ଦେଖି ଯାହା ଅନୁମାନ କରାଯାଉଛି ଯେ ଏହା ତାଙ୍କ ଅପକମିଂ ଫିଲ୍ମର ପୋଷ୍ଟର । ପୋଷ୍ଟରରେ ଅନେକ ଅକ୍ଷର ଦେଖିବାକୁ ମିଳିଛି । ଯାହାକୁ ଦେଖି କନଫ୍ୟୁଜ ହେଉଛନ୍ତି ଦର୍ଶକ, ଅସଲରେ ଜନ୍ ଏହି ଫିଲ୍ମରେ କେଉଁ ଭୂମିକାରେ ନଜର ଆସିବେ ? ନିଖିଳ ଆଡଭାଣୀ ନିଜ ଟ୍ୱିଟରରେ ଲେଖିଛନ୍ତି ଯେ ଏହି କାହାଣୀକୁ କହିବା ପାଇଁ ଅନେକ ଅପେକ୍ଷା କରିଥିଲେ । ଏହି ଫିଲ୍ମ ଭାରତର ସବୁଠାରୁ ବିବାଦିତ ଇଭେଂଟ ମଧ୍ୟରୁ ଗୋଟେ ଅଟେ , ଯାହା ଦୁନିଆ ସାମ୍ନାରେ ରଖାଯିବ ।

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଏହି ଫିଲ୍ମରେ ସୁଶାନ୍ତ ସିଂ ରାଜପୁତ କାମ କରିଥାଆନ୍ତେ ମାତ୍ର ଡେଟର ଅସୁବିଧା କାରଣରୁ ଏହି ଫିଲ୍ମରେ ଜନଙ୍କୁ ସାଇନ କରାଗଲା । ଏହି ଫିଲ୍ମରେ ଜନଙ୍କ ବିପକ୍ଷରେ ନଜର ଆସିବେ ମୌନୀ ରୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More