ଅଜୟ ଦେବଗନ ଫ୍ୟାନ୍ସଙ୍କୁ ଦେଲେ ନୂଆ ବର୍ଷର ଉପହାର, ରିଲିଜ ହେଲା ‘ତାନା ଜୀ : ଦ ଅନସଙ୍ଗ ୱାରିଅର’ର ପ୍ରଥମ ପୋଷ୍ଟର ।
ଅଜୟ ଦେବଗନ ଷ୍ଟାରର ଫିଲ୍ମ ‘ତାନା ଜୀ : ଦ ଅନସଙ୍ଗ ୱାରିଅର’ ୨୦୧୯ର ଅପକମିଂ ବଲିଉଡ ଫିଲ୍ମ ମଧ୍ୟରେ ଏକ ଯାହାକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି । ଅଜୟ ନଦେବଗନଙ୍କ ଏହି ଫିଲ୍ମର ସୁଟିଂ କିଛି ଦିନ ପୂର୍ବେ ହିଁ ଆରମ୍ଭ ହୋଇଥିଲା । ତେବେ ଅଜୟ ଦେବଗନଙ୍କ ତରଫରୁ ନୂଆ ବର୍ଷର ଉପହାର ଦର୍ଶକଙ୍କୁ ମିଳିସାରିଛି ।
ଅସଲରେ ଓମ ରାଉତ ୧ ଜାନୁଆରୀରେ ଫିଲ୍ମ ‘ତାନା ଜୀ : ଦ ଅନସଙ୍ଗ ୱାରିଅର’ର ପ୍ରଥମ ପୋଷ୍ଟରକୁ ରିଲିଜ କରିଛନ୍ତି । ଫିଲ୍ମର ଏହି ପୋଷ୍ଟରରେ ଅଜୟ ଦେବଗନ ଚେହେରା ଲୁଚାଇ ହାତରେ ଖଣ୍ଡା ଧରିଥିବାର ନଜର ଆସିଛନ୍ତି । ଫିଲ୍ମର ପୋଷ୍ଟର ଦେଖିବା ପରେ ଜଣାପଡୁଛି ଯେ, ଫିଲ୍ମ ଦର୍ଶକଙ୍କୁ ଖୁବ ସରପ୍ରାଇଜ ଦେବ ।
Happy New Year!!! Har Har Mahadev!!! @ajaydevgn @TanhajiFilm pic.twitter.com/pcO579Ipro
— Om Raut (@omraut) January 1, 2019
‘ତାନା ଜୀ : ଦ ଅନସଙ୍ଗ ୱାରିଅର’ରେ ଅଜୟ ଦେବଗନଙ୍କ ବ୍ୟତିତ ସୈଫ ଅଲ୍ଲୀ ଖାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଶୁଣିବାକୁ ମିଳୁଛି ଯେ, ଫିଲ୍ମରେ ସାରା ଏକ ମରାଠୀ ଯୋଦ୍ଧା ଭୂମିକାରେ ନଜର ଆସିବେ । ଅଜୟ ଏବଂ ସୈଫ ଅଲ୍ଲୀ କାନଙ୍କ ସହିତ କାଜୋଲଙ୍କୁ ମଧ୍ୟ ଫିଲ୍ମରେ ଦେଖିବାକୁ ମିଳିବ । ଫିଲ୍ମ ୨୨ ନଭେମ୍ବରରେ ରିଲିଜ ହେବ ।