Only for Entertainment

କେମିକଲ ମୁକ୍ତ ବିୟୁଟି ପ୍ରଡକ୍ଟ ହଳଦୀ ।

Parentune.com
35

ଟାଣ ଖରା ଓ ପ୍ରଦୂଷଣ ଯୋଗୁ ମୁହଁର ସୌନ୍ଦର୍ଯ୍ୟକୁ ସୁରକ୍ଷା ଦେବା ଅନେକ ସମୟରେ କଷ୍ଟକର ହୋଇପଡ଼େ। ଏହା ସହିତ ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁ ମଧ୍ୟ ଆପଣ ନିଜ ମୁହଁ ଓ ତ୍ୱଚାର ସୌନ୍ଦର୍ଯ୍ୟ ପାଇଁ ସମୟ ଦେଇ ପାରିନଥା’ନ୍ତି। ସେଥିପାଇଁ ଆଜିକାଲି ସମସ୍ତେ କେମିକଲ ଯୁକ୍ତ ପଦାର୍ଥ ବ୍ୟବହାର କରୁଛନ୍ତି, ଯାହା ତ୍ୱଚା ଉପରେ ପରବର୍ତ୍ତୀ ସମୟରେ ଖରାପ ପ୍ରଭାବ ପକାଇଥାଏ । ଯଦି ଆପଣ ସେଥିରୁ ମୁକ୍ତି ପାଇବାକୁ ଚାହାଁନ୍ତି ତେବେ ଘରେ ମଧ୍ୟ ଆପଣ କ୍ରିମ ପ୍ରସ୍ତୁତ କରିପାରିବେ, କିନ୍ତୁ ତାହା କେମିକଲ ମୁୂକ୍ତ । ଯାହା ଅତି ସହଜରେ ଆପଣଙ୍କୁ ମିଳିଯାଏ ।

ବେସନ, ମହୁ ଓ ଲହୁଣୀର ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ। ଶୁଖିଗଲା ପରେ ମୁହଁକୁ ଧୋଇଦିଅନ୍ତୁ। ଦେଖିବେ, କିଛି ଦିନ ଏହି ମିଶ୍ରଣର ବ୍ୟବହାର ପରେ ଆପଣଙ୍କ ତ୍ୱଚା ନରମ ଓ କୋମଳ ହେବା ସହିତ ମୁହଁ ଚିକ୍କଣ ମଧ୍ୟ ଦେଖାଯିବ।

ଗୋଟିଏ କଦଳୀରେ କିଛି ଦହି ମିଶାଇ ଏକ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟ୍‌କୁ ମୁହଁରେ ୧୫ରୁ ୨୦ମିନିଟ୍‌ ଲଗାଇ ରଖି ଏହା ପରେ ମୁହଁକୁ ଧୋଇ ଦିଅନ୍ତୁ।

ନଡ଼ିଆ ତେଲ ଏବଂ ଲେମ୍ୱୁ ରସ ଆପଣଙ୍କ ତ୍ୱଚାକୁ ହାଇଡ୍ରେଡ୍‌ କରିବା ସହିତ ଏହା ଉଜ୍ଜ୍ୱଳ ଦେଖାଯିବାରେ ସାହାଯ୍ୟ କରିଥାଏ। ନଡ଼ିଆ ତେଲ ମଶ୍ଚୁରାଇଜର୍‌ର କାମ କରୁଥିବାବେଳେ ଲେମ୍ୱୁ ପ୍ରାକୃତିକ ବ୍ଲିଚ୍‌ କରିଥାଏ। ଏହି ଦୁଇଟିକୁ ମିଶାଇ ମୁହଁରେ ଲଗାନ୍ତୁ। ୧୦ରୁ ୧୫ ମିନିଟ୍‌ ଏହି ମିଶ୍ରଣକୁ ଲଗାଇ ରଖିବା ପରେ ମୁହଁକୁ ଧୋଇ ଦିଅନ୍ତୁ। ଦେଖିବେ, ଆପଣଙ୍କ ମୁହଁ ଫ୍ରେସ୍‌ ଲାଗିବା ସହିତ ଏହା ଉଜ୍ଜ୍ୱଳ ମଧ୍ୟ ଦେଖାଯିବ। ଯଦି ଏହି ମିଶ୍ରଣକୁ ଲଗାଇବା ପରେ ଆପଣଙ୍କ ମୁହଁ ପୋଡ଼ୁଛି, ତେବେ ଶୀଘ୍ର ମୁହଁକୁ ଧୋଇ ଦିଅନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More